OnaKhabar

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡିଶା ପ୍ରାଧାନ୍ୟ ନ ପାଇବା ନେଇ ପ୍ରଶ୍ନ ଉଠାଇଲେ ଦାମ

42

ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡିଶା ପ୍ରାଧାନ୍ୟ ନ ପାଇବା ନେଇ ବିଜେପିର ବରିଷ୍ଠ ନେତା ଡା. ଦାମୋଦର ରାଉତ ପ୍ରଶ୍ନ ଉଠାଇଛନ୍ତି । ଗତଥର ଜଣେ ସାଂସଦ ଜିତି ଥିଲା ବେଳେ ଓଡିଶାକୁ ଗୋଟିଏ କ୍ୟାବିନେଟ ପାହ୍ୟ ପଦବୀ ମିଳିଥିବା ବେଳେ ଏଥର ୮ ଜଣ ସାଂସଦ ଜିତିଥିବା ବେଳେ ମାତ୍ର ଗୋଟିଏ ରାଷ୍ଟ୍ରପାହ୍ୟା ପଦବୀ ମିଳିଛି । ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ଲୋକ ହୋଇଥିଲେ ବି ସେ ଅନ୍ୟ ରାଜ୍ୟରୁ ରାଜ୍ୟ ସଭାକୁ ୁ ଯାଇଛନ୍ତି । ସେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ଘଟଣାକୁ ଓଡିଶା କୋଟା ଭାବେ ଗ୍ରହଣ କରିବା ଉଚିତ ନୁହେଁ ବୋଲି ଡା. ରାଉତଙ୍କ ମତ । ହେଲେ ତାଙ୍କ ଦଳ ପ କ୍ଷରୁ ଡା. ରାଉତଙ୍କ ମତକୁ ଖଣ୍ଡନ କରାଯାଇଛି ।
ଡା.ରାଉତ କହିଛନ୍ତି, ଧର୍ମେନ୍ଦ୍ର ଓଡିଆ ଲୋକ, ତାଙ୍କର ଓଡିଶା ପ୍ରୀତି ରହିଛି ଓ ଓଡିଶା ପାଇଁ କାମ ମଧ୍ୟ କରୁଛନ୍ତି । କିନ୍ତୁ ସେ ଓଡିଶାର ମନ୍ତ୍ରୀ ନୁହଁନ୍ତି । ଧର୍ମେନ୍ଦ୍ର ପ୍ରଥମେ ବିହାର ଓ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇ ମନ୍ତ୍ରୀ ହୋଇଛନ୍ତି କିନ୍ତୁ ପ୍ରତାପ ଷଡଙ୍ଗୀ ହେଉଛନ୍ତି ଓଡିଶାର ମନ୍ତ୍ରୀ ବୋଲି ଡା. ରାଉତ କହିଛନ୍ତି ।

https://www.onakhabar.com/2019/06/dama-is-not-agree-of-sons-word/