OnaKhabar

ସ୍ତ୍ରୀ ଘରକୁ ନ ଫେରିବାରୁ ଶଶ୍ୱର ଘର ଲୋକଙ୍କୁ ଗୋଡାଇ ହାଣିଲା ଜ୍ୱାଇଁ

0 0

ବାଲେଶ୍ବର: ରାଜ୍ୟରେ ଗଲା କିଛି ଦିନ ହେବ ଗୋଟେ ପରେ ପାରିବାରିକ କଳହର ଘଟଣା ସାମନାକୁ ଆସୁଛି | ଏହିପରିପେକ୍ଷରେ ଆଜି ପୁଣି ଏକ ଲଜ୍ଜ୍ୟଜନକ ଘଟଣା ସାମନାକୁ ଆସିଛି | ସ୍ତ୍ରୀ ଶାଶୂଘର ଆସିବାକୁ ମନା କରିବାରୁ ଜ୍ୱାଇଁ ରଚିଲା ତାଣ୍ଡବ | ଶଶ୍ୱର ଘର ଲୋକଙ୍କୁ ପନିକି ଧରି ଆକ୍ରମଣ କରିଥିବାର ସୂଚନା ମିଳିଛି | ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳର ଖାଲିନା ଗାଁରେ ହୋଇଥିବାର ଜଣାପଡିଛି |
ଜ୍ୱାଇଁ ହୋଇ ଗାଁ ଦାଣ୍ଡରେ ଶ୍ୱଶୁର ଘର ଲୋକଙ୍କୁ ପନିକିରେ ଆକ୍ରମଣ କରିବା କାର୍ଯ୍ୟାକୁ ସର୍ବସାଧାରଣରେ ନିନ୍ଦା କରାଯାଉଛି | । ସୂଚନାରୁପ୍ରକାଶ, ନୀଳାମ୍ବର ପାଣିଗ୍ରାହୀଙ୍କ ଜ୍ୱାଇଁ ରଞ୍ଜନ ପଣ୍ଡା ଏଭଳି କାଣ୍ଡ ଭିଆଇଛନ୍ତି । ସଂପୃକ୍ତ ଯୁବକଙ୍କୁ କାବୁ କରିବାକୁ ନାକେଦମ ହୋଇଛି ପୋଲିସ । ମିଳିଥିବା ସୂଚନା ଅନୁସାରେ, ରଞ୍ଜନଙ୍କ ସ୍ତ୍ରୀ ଦୀର୍ଘଦିନ ଧରି ବାପ ଘରେ ରହିଥିଲେ । ତାଙ୍କୁ ନେବା ପାଇଁ ରଞ୍ଜନ ଶ୍ୱଶୁର ଘରକୁ ଆସିଥିଲେ । କିନ୍ତୁ ଶ୍ୱଶୁର ଘର ଲୋକେ ଝିଅକୁ ଛାଡିବାକୁ ମନା କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରଞ୍ଜନ ପରିବାରଲୋକଙ୍କୁ ଆକ୍ରମଣ କରିଥିଲେ । ରଂଜନଙ୍କୁ କାବୁ କରିବାକୁ ପୋଲିସକୁ ନାକେଦମ ହେବାକୁ ପଡିଥିଲା । ଶେଷରେ ଧରା ଦେବା ପରେ ଗାଁ ଲୋକେ ବି ରଞ୍ଜନଙ୍କୁ ଉତମ ମଧ୍ୟମ ଦେଇଥିଲେ । ରଂଜନଙ୍କ ଆକ୍ରମଣରେ ଜଣେ ପୋଲିସଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି । ପୋଲିସ ରଞ୍ଜନକୁ ଗିରଫ କରିଥିବା ସୂଚନା ମିଳିଛି ।

https://www.onakhabar.com/2019/06/elder-brother-beaten-his-younger-brother/

 

Leave A Reply

Your email address will not be published.