OnaKhabar

ରଜନୀକାନ୍ତ ଉପବାଚସ୍ପତି ପ୍ରାର୍ଥୀ,ପ୍ରଣବ ଉପମୁଖ୍ୟ ସଚେତକ

59

ଭୁବନେଶ୍ୱର: ବିଜେଡି ପକ୍ଷରୁ ଅନୁଗୁଳ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଜନୀକାନ୍ତ ସିଂ ବିଧାନସଭାର ଉପବାଚସ୍ପତି ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି । ସେହିପରି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ସରକାରୀ ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତି ମିଳିଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିଷ୍ପତ୍ତି ନେଇଥିବା ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଷୋଡ଼ଶ ବିଧାନସଭାର ଉପବାଚସ୍ପତି ଭାବେ ବିଜେଡି ପ୍ରାର୍ଥୀ ଶ୍ରୀ ସିଂଙ୍କ ବିଜୟ ନିଶ୍ଚିତ ବୋଲି ଜଣାପଡିଛି । ସେ ପୂର୍ବରୁ ନବୀନ ପଟ୍ଟନାୟକ ସରକାରରେ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି ।

https://www.onakhabar.com/2019/06/dama-is-not-agree-of-sons-word/