OnaKhabar

କେଶ ସମସ୍ୟା ଲାଗି ରାମବାଣ ସଦୃଶ ହୋଇଥାଏ “ପିଆଜ”

0 1

ଭୁବନେଶ୍ୱର: ଶରୀରକୁ ଶକ୍ତି ଯୋଗାଇବାରେ ଆମେ ସାଧାରଣତଃ ଖାଦ୍ୟ ଖାଇଥାଉ | କିନ୍ତୁ ସେହି ଖାଦ୍ୟ ମଧ୍ୟରେ ଏମିତି ଅନେକ ଜିନିଷ ଖାଇଥାଉ ଯାହା ଆମ ଜାଣତରେ ହେଉ ଅବା ଅଜଣାତରେ ଆମ ଶରୀର ଅନେକ ରୋଗକୁ କମିଦେଇଥାଏ | ଏଇ ଯେମିତି ପରିବା ମାନଙ୍କ ମଧ୍ୟରେ ହେଉଛି ପିଆଜ | ପିଆଜକୁ ଆମେ ସାଧାରଣତଃ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ବ୍ୟବହାର କରିଥାଉ | କିନ୍ତୁ ଆପଣ ଜାଣିଚନ୍ତି କି ପଆଜକୁ ନିୟମିତ ଖାଇଲେ କେଉଁ ପ୍ରକାରର ରୋଗ କମିଥାଏ | ତେବେ ଚାଲନ୍ତୁ ଜାଣିବା ପାଆଡ ଖାଇଲେ କେଉଁ କେଉଁ ପ୍ରକାରର ରୋଗ କମିଥାଏ …
– କବଜ ସମସ୍ୟା: ପିଆଜ ଆମ ପେଟ ପାଇଁ ବହୁତ ଭଲ ହୋଇଥାଏ । ଏହାକୁ କଞ୍ଚା ଖାଇବା ଦ୍ୱାରା କବଜ ସମସ୍ୟା ଦୂର ହୋଇଥାଏ |ଯଦି ଆପଣ ସବୁବେଳେ ଏହି ସମସ୍ୟା ସହ ଜଡ଼ିତ ତାହାଲେ ପ୍ରତିଦିନ କଞ୍ଚା ପିଆଜ ଖାଇବା ଅଭ୍ୟାସ କରନ୍ତୁ ।

– ଗଳା ଖରାପ: ଯଦି ଥଣ୍ଡାରୁ ଆପଣଙ୍କ ଗଳା ଖରାପ ହୋଇଯାଇଥାଏ ତେବେ ଆପଣ ପିଆଜ ଖାଇଲେ ଏହି ଯଥାଶୀଘ୍ର କମାଇବାରେ ସାହାର୍ଯ୍ୟ କରିଥାଏ | କଫ ହେଉଥିଲେ ମଧ୍ୟ ଆପଣ ପିଆଜ ବ୍ୟବହାର କରିପାରିବେ ।

– ରକ୍ତ ସ୍ରାବ ବନ୍ଦ କରେ: ନାକରୁ ରକ୍ତ ବାହାରୁଥିଲେ ତାଜା ପିଆଜକୁ କାଟି ଚୋବାଇ ଖାଆନ୍ତୁ । ଏହା ନାକରୁ ରକ୍ତ ପଡ଼ିବା ବନ୍ଦ କରିଦେବ ।

– ଡାଇବେଟିସ୍‌: ପିଆଜ ଶରୀରରେ ଇନ୍‌ସୁଲିସ୍‌ ତିଆରି କରିଥାଏ । ତେଣୁ ଡାଇବେଟିସ୍‌ ରୋଗୀ ଏହାକୁ ପ୍ରତିଦିନ ଖାଇ ଲାଭ ଉଠାଇ ପାରିବେ।

– ହୃଦରୋଗ ଦୂର କରେ: କଞ୍ଚା ପିଆଜ ରକ୍ତଚାପ ନିୟନ୍ତ୍ରଣ କରିଥାଏ । ଏଥିରେ ଏମିନୋ ଏସିଡ୍‌ ଥିବାରୁ ଏହା କୋଲେଷ୍ଟରଲ୍‌କୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଏହାକୁ ପ୍ରତିଦିନ ଖାଇଲେ ହାର୍ଟ ସମ୍ବନ୍ଧୀୟ ରୋଗ ହେବା ଆଶଙ୍କା କମାଇଥାଏ ।

-ଏନିମିଆ: ଏନିମିଆ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ଏହାକୁ ପ୍ରତିଦିନ ଖାଆନ୍ତୁ। ଏହା ଶରୀରରେ ରକ୍ତ ବଢ଼ାଇଥାଏ।

-କେଶ କଳା କରିଥାଏ: କେଶ ସମସ୍ୟା ଆଜିକାଲି ସମସ୍ତଙ୍କର ରହିଥାଏ । ଏହାକୁ ପ୍ରତିଦିନ ଖାଦ୍ୟରେ ସାମିଲ୍‌ କଲେ କେଶ ଉପୁଡ଼ିବା କମ୍‌ ହେବା ସହ କେଶ କଳା ହୋଇଥାଏ ।

-କ୍ୟାନ୍ସର ଆଶଙ୍କା କମାଇଥାଏ: ପିଆଜ ରସ କ୍ୟାନସର କୋଷକୁ ନଷ୍ଟ କରିଥାଏ। କ୍ୟାନସର ରୋଗୀ ପିଆଜ ଖାଇବା ଆବଶ୍ୟକ। ଆପଣ ମଧ୍ୟ ଏହାକୁ ପ୍ରତିଦିନ ଖାଲେ କ୍ୟାନସର ଆଶଙ୍କା କମ ହୋଇଥାଏ।

-ତ୍ୱଚା ପାଇଁ ଉପକାରୀ: ଏହା କେବଳ ଶରୀର ପାଇଁ ନୂହେଁ ତ୍ୱଚା ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ। ଏଥିରେ ଭିଟାମିନ୍‌-ଏ, ଭିଟାମିନ୍-ସି ଏବଂ ଭିଟାମିନ୍‌-ଇ ରହିଥାଏ। ଏହି ସବୁ ଭିଟାମିନ୍‌ ଆମ ତ୍ୱଚା ପାଇଁ ବହୁତ ଉପକାରୀ ହୋଇଥାଏ।

-ସଙ୍କ୍ରମଣ ହେବାକୁ ଦିଏନାହିଁ: ଯଦି ଆପଣଙ୍କର ପରିସ୍ରା କଲା ବେଳେ ପୋଡ଼ିବା ସମସ୍ୟା ଦେଖାଯାଉଛି। ଏହା ସଂକ୍ରମଣ ଜନିତ ହୋଇଥାଇପାରେ। ଏହି ସମୟରେ ଆପଣ ପିଆଜ ପାଣି ପିଇଲେ ପୋଡ଼ାଜଳା ସମସ୍ୟାରୁ ଆରାମ ମିଳିଥାଏ ।

 

Leave A Reply

Your email address will not be published.