OnaKhabar

ଶାଶୁଘର ସଫା କରି ରଖିବା ମୋର କାମ, ଏ ସମ୍ପର୍କରେ କଣ କହିଛନ୍ତି ଅପରାଜିତା ଦେଖନ୍ତୁ ଏହି ଭିଡିଓରେ…

0 48

ଭୁବନେଶ୍ୱର (ଓଏନଏ) : ବିଜେପିର ଭୁବନେଶ୍ୱରରୁ ନିର୍ବାଚିତ ହୋଇଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀ ଦଳଠାରୁ ଭିନ୍ନ ଢ଼ଙ୍ଗରେ ସେ ତାଙ୍କ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚାହାଁନ୍ତି । ସେ କହନ୍ତି ଓଡ଼ିଶା ମୋର ଘର ନୁହେଁ ଶାଶୁଘର । ବହୁର ଧର୍ମ ହେଉଛି ଶାଶୁଘର ସଫା କରି ରଖିବା । ଏବେ ମୁଁ ସେହି କାମ ଆରମ୍ଭ କରିବି । ସରକାରଙ୍କୁ ବିରୋଧ କରି ନୁହେଁ ସହଯୋଗରେ କାମ କରିବି ବୋଲି କହିଛନ୍ତି । ମୋତେ ଲୋକଙ୍କ ପାଇଁ କାମ କରିବାର ଅଛି । ବିରୋଧ କରି କି ସମାଲୋଚନା କରି ସେଥିରେ ସମୟ ଅତିବାହିତ କରିବାକୁ ମୁଁ ଚାହେଁନି ବୋଲି ସେ କହିଛନ୍ତି । ବିଜେପି କ୍ଷମତାକୁ ନ ଆସିବା ନେଇ ତାଙ୍କ ମତ ହେଉଛି ଦଳର ଯୋଜନା ଠିକ ଭାବେ ହୋଇପାରିଲାନି । ଏ ନେଇ ଏବେ ଆତ୍ମସମୀକ୍ଷା କରିବା ସମୟ ଆସିଛି । ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳିର ଅସହାୟ ଓ ଗରୀବ ଲୋକଙ୍କୁ ସହାୟତା କରିବା ପାଇଁ ସେ ଏକ “ପିପୁଲ୍ସ ୱେଲଫେୟାର ଫଣ୍ଡ” ଗଠନ କରିବେ ବୋଲି କହିଛନ୍ତି । ଅପରାଜିତା ଏଭଳି ଅନେକ କିଛି ଖୋଲାମତ ରଖିଛନ୍ତି । ତାଙ୍କର ସମ୍ପୂର୍ଣ୍ଣ ମତାମତ ଦେଖିବା ପାଇଁ ‘ଓଏନଏ’ ୟୁଟ୍ୟୁବ ଚ୍ୟାନେଲର ଓଏନଏ ଖବର ରେ ପୁରା ଭିଡିଓକୁ ଦେଖନ୍ତୁ ।

Leave A Reply

Your email address will not be published.