OnaKhabar

ତିନି ଦିନ ଯାଏଁ ସାରା ରାଜ୍ୟରେ ପାଗ ରହିବ କୋହଲା

0 1

ଭୁବନେଶ୍ୱର: ଗଲା କିଛି ଦିନ ହେବ ରାଜ୍ୟ ପୂରା ଖରାରେ ଭାଜି ହେଉଥିବା ବେଳେ କିନ୍ତୁ ଆଜି ସାରା ରାଜ୍ୟରେ ପାଗ କୋହଲା ହୋଇଥିବାର ଦେଖିବାକୁ ମିଳୁଛି | ଉତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଯୋଗୁଁ ଆସନ୍ତା ୩ ଦିନ ଯାଏଁ ପାଗ କୋହଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାର ପ୍ରଭାବରେ ଓଡିଶା ଉପକୂଳରେ ପାଗ କୋହଲା ରହିବା ସହ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି ।
ସମ୍ପୃକ୍ତ ଜିଲ୍ଲାଗୁଡିକ ହେଲା ମାଲକାନାଗିରି, କୋରାପୁଟ, ଗଜପତି, ରାୟଗଡା, ବୌଦ୍ଧ, ବରଗଡ, ସୋନପୁର । ତେବେ ଆଉ ୪ରୁ ୫ ଦିନ ମଧ୍ୟରେ ମୌସୁମୀ ଓଡିଶା ଛୁଇଁବାର ସମ୍ଭାବନା ରହିଛି । ତେଣୁ ରାଜ୍ୟରେ ଆଜି ବିଭିନ୍ନ ଅଂଚଳରେ ପାଗ ମେଘୁଆ ରହିଛି ।

ରାଜ୍ୟକୁ ବିଳମ୍ବରେ ଛୁଇଁବ ମୌସୁମୀ, ସୂଚନା ଦେଲା ପାଣିପାଗ ବିଭାଗ

 

Leave A Reply

Your email address will not be published.