OnaKhabar

ଟ୍ରକ ପଛକୁ ଧକ୍କା ଦେଲା କାର, ୫ମୃତ, ୩ଗୁରୁତର

48

ଚିତୁର: ରାଜ୍ୟ ଓ ରାଜ୍ୟ ବାହାରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ଏହି ପରିପେକ୍ଷରେ ରାଜ୍ୟ ଦୁର୍ଘଟଣା ସଂଖ୍ୟା ହୁହୁ ହୋଇ ବଢୁଥିବା ବେଳେ ଏହାକୁ ଟକ୍କର ଦେଇ ଅନ୍ୟ ରାଜ୍ୟରେ ମଧ୍ୟ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ପୁଣି ଆଜି ସକାଳେ ଆନ୍ଧ୍ରପ୍ରଦେଶର ଚିତୁର ଜିଲ୍ଲାରେ ରେଣିଗୁଣ୍ଡା ମଣ୍ଡଳ ପାଖରେ ସଡ଼କ ଦୁର୍ଘଟଣା ଘଟି ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି ।
ସୂଚନାନୁଯାୟୀ, ତିରୁମାଳା ପର୍ବତ ସ୍ଥିତ ବାଲାଜୀ ମନ୍ଦିରକୁ ଏକ କାରରେ ଯାତ୍ରୀ ଦର୍ଶନ କରିବାକୁ ଯାଉଥିଲେ । ହେଲେ ହଠାତ କାରଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ଭାଙ୍ଗି ଚୁରାମାର ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ପରେ ଘଟଣାସ୍ଥଳରେ ପୁଲିସ ପହଁଚିଂ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି ।

https://www.onakhabar.com/2019/06/oman-bus-accident-8-indians-dead/