OnaKhabar

ଯଦି ବାସ୍ତୁ ଦୋଷ କାଟିବାକୁ ଚାହୁଁଛନ୍ତି ତାହାହେଲେ ଲଗାନ୍ତୁ ଏହି ଗଛ …

62

ଘରେ ବାସ୍ତୁ ଦୋଷ ଦୂର କରିବା ପାଇଁ ଭିଭିନ୍ନ କୌଶଳ ଅବଲମ୍ବନ କରାଯାଇଥାଏ | ଅଧିକାଂଶ ଲୋକେ ପୂଜା ପାଠ ଉପରେ ବିଶ୍ୱାସ କରିଥାନ୍ତି। କିନ୍ତୁ ଗଛ ଲଗାଇବା ଦ୍ୱାରା ମଧ୍ୟ ବାସ୍ତୁ ଦୋଷ ଦୂର ହୋଇଥାଏ। କୁହାଯାଏ ଯେ, ଏମିତି କିଛି ଗଛ ରହିଛି ଯାହାକୁ ଲଗାଇବା ଦ୍ୱାରା ଘରେ ସକରାତ୍ମକ ପ୍ରଭାବ ପଡ଼ିଥାଏ। ତାହେଲେ ଆସନ୍ତୁ ଜାଣିବା କେଉଁ ସବୁ ଗଛ ଲଗାଇଲେ ବାସ୍ତୁ ଦୋଷ ଦୂର ହୁଏ |
ଅଶୋକ ଗଛକୁହାଯାଏ ଘର ପାଖରେ ଅଶୋକ ଗଛ ଲଗାଇବା ଦ୍ୱାରା ବହୁ ଅଶୁଭ ଶକ୍ତିର ବିନାଶ ଘଟିଥାଏ। ଏହା ଘର ପାଇଁ ଶୁଭ ହୋଇଥାଏ।

ଡାଳିମ୍ବ ଗଛକିଛି କାରଣ ଯୋଗୁ ଏହାକୁ ଘର ପାଖରେ ଲଗାଇବା ଅଶୁଭ ବୋଲି କୁହାଯାଇଥାଏ। ହେଲେ ସଠିକ୍‌ ବାସ୍ତୁବିତ୍‌ମାନଙ୍କ ମତ ନେଇ ଏହି ଗଛ ସଠିକ୍‌ ଦିଗରେ ଲଗାଇଲେ ଏହା ଶୁଭ ହୋଇଥାଏ।

ଅଶ୍ୱଗନ୍ଧାଅଶ୍ୱଗନ୍ଧା ଗଛକୁ ଏକ ପ୍ରକାର ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ। ବାସ୍ତୁ ଅନୁସାରେ ଘରର ସୀମାରେ ଅଶ୍ୱଗନ୍ଧା ଗଛ ଲଗାଇଲେ ତାହା ଘର ପାଇଁ ଶୁଭ ହୋଇଥାଏ। ଏହା ଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।
ନଡ଼ିଆ ଏହି ଗଛ ଘର ପାଖରେ ରହିଲେ ବହୁତ ଶୁଭ ହୋଇଥାଏ। ପରିବାର ସଦସ୍ୟଙ୍କ ମାନ ମମ୍ମାନ ବୃଦ୍ଧି ହେବା ସହ ଉନ୍ନତି ମଧ୍ୟ ହୋଇଥାଏ।
ଜାମୁ ଗଛ
ବାସ୍ତୁ ଅନୁସାରେ ଜାମୁ ଗଛ ଘର ପାଖରେ ଲଗାଇବା ଶୁଭ ହୋଇଥାଏ। ଏହାକୁ ଉତ୍ତର ଦିଗରେ ଲଗାଇବାକୁ ଭଲ ବୋଲି କୁହାଯାଏ ନାହିଁ। ଯଦି ଘରର ଉତ୍ତର ଦିଗରେ ଜାମୁ ଗଛ ଅଛି ତାହାଲେ ଏହାକୁ କାଟି ଦିଅନ୍ତୁ।