OnaKhabar

ଫିଲ୍ମରେ କାମ କରିଥିବା ବେଳେ ଗର୍ଭବତୀ ହୋଇଥିଲେ ଏହି ଅଭିନେତ୍ରୀ,ଦେଖନ୍ତୁ ଏହି ଖବରରୁ….

0 20

ନୂଆଦିଲ୍ଲୀ: ବଲିଉଡ ଏପରି ଏକ ସ୍ଥାନ ଯେଉଁଠାରେ ମଲ୍ଲି ଫୁଟିଲେ ବାସ୍ନା ନ ଫୁଟିଲେ ବି ବାସ୍ନା ହୋଇଥାଏ | ଏଠାରେ ତିଷ୍ଠିବା ଯେତିକି ସହଡ ସେତିକି ଚାଲ୍ୟଞ୍ଜିଂ ମଧ୍ୟ | ତେବେ ଆଜି ଆମେ ଆପଣଙ୍କୁ କିଛି ଅବିନେତ୍ରୀଙ୍କ ବିଷଯରେ ଜଣାଇବୁ ଯିଏକି ଫିଲ୍ମ କରୁଥିବା ସମଯରେ ହିଁ ଗର୍ଭବତୀ ହୋଇଥିଲେ | ଯାହାଙ୍କୁ ନେଇ ଚର୍ଚ୍ଚା ମଧ୍ୟ ଜୋରସୋର ହୋଇଥିଲା | ସମ୍ପୃକ୍ତ ହିରୋଇନମାନେ ହେଲେ…

୧. ଐଶ୍ଚର୍ଯ୍ୟା ବଚ୍ଚନ: ୨୦୧୨ ମସିହାରେ ଆସିଥିବା ଫିଲ୍ମ ‘ହିରୋଇନ୍’ର ସୁଟିଂ ସମୟରେ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଗର୍ଭବତୀ ଥିଲେ । ଏହି କାରଣରୁ ସେ ଫିଲ୍ମର ସୁଟିଂ ଅଧାରୁ ଛାଡ଼ି ଦେଇଥିଲେ । ଏହି ଫିଲ୍ମରେ ଐଶ୍ଚର୍ଯ୍ୟା ବଚ୍ଚନଙ୍କର କେତେକ ସିନ୍ ସୁଟିଂ ହୋଇଯାଇଥିଲା, କିନ୍ତୁ ଐଶ୍ଚର୍ଯ୍ୟା ବଚ୍ଚନ ମନା କରିବାରୁ ଏହି ଫିଲ୍ମ ପାଇଁ କରୀନା କପୁରଙ୍କୁ କାଷ୍ଟ କରାଯାଇଥିଲା । ଐଶ୍ଚର୍ଯ୍ୟା ବଚ୍ଚନ ଫିଲ୍ମ ଛାଡ଼ିବାରୁ ଫିଲ୍ମ ନିର୍ମାତାଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା ।

୨. ଶ୍ରୀଦେବୀ: ୧୯୯୭ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ଜୁଦାଇ’ର ସୁଟିଂ ସମୟରେ ଶ୍ରୀଦେବୀ ଗର୍ଭବତୀ ହୋଇ ଯାଇଥିଲେ । ସେହି ସମୟରେ ଶ୍ରୀଦେବୀ ଅବିବାହିତ ଥିଲେ । ଏହି ଫିଲ୍ମର ସୁଟିଂ ହେବାର କିଛି ଦିନ ପରେ ଶ୍ରୀଦେବୀ, ବୋନି କପୁରଙ୍କୁ ବିବାହ କରିଥିଲେ ।

୩. ଜୟା ବଚ୍ଚନ: ମହାନାୟକ ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ ମଧ୍ୟ ଫିଲ୍ମ ସୁଟିଂ ସମୟରେ ଗର୍ଭବତୀ ଥିଲେ । ୧୯୭୫ରେ ଆସିଥିବା ଫିଲ୍ମ ‘ସୋଲେ’ର ସୁଟିଂ ସମୟରେ ଜୟା ବଚ୍ଚନ ଗର୍ଭବତୀ ହୋଇଥିଲେ । ଏହି ଫିଲ୍ମର ଏକ ସିନରେ ଜୟାଙ୍କର ବେବି ବମ୍ପ ପରିଷ୍କାର ଭାବେ ଦେଖାଯାଉଛି ।

୪.ଜୁହି ଚାଓ୍ବଲା : ଜୁହି ଚାଓ୍ବଲା ୨୦୦୧ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ଆମଦାନୀ ଆଠାନି ଖର୍ଚ୍ଚା ରୁପୟା’ ସୁଟିଂ ସମୟରେ ଗର୍ଭବତୀ ହୋଇଥିଲେ । ଫଳରେ ତାଙ୍କୁ ଫିଲ୍ମକୁ ଅଧାରେ ଛାଡିବାକୁ ପଡିଥିଲା |

Leave A Reply

Your email address will not be published.