OnaKhabar

ବହୁ ବାଦ ବିବାଦ ପରେ ଋତ୍ୱିକ୍ ରୋଶନଙ୍କ ଫିଲ୍ମ ସୁପର ୩୦ ରିଲିଜ ହେବାକୁ ଯାଉଛି

0 0

ନୂଆଦିଲ୍ଲୀ : ଋତ୍ୱିକ୍ ରୋଶନଙ୍କ ଫିଲ୍ମ ସୁପର ୩୦ ବହୁ ବାଦ ବିବାଦ ପରେ ରିଲିଜ ହେବାକୁ ଯାଉଛି । ଫିଲ୍ମଟି ଜାନୁଆରୀରେ ରିଲିଜ ହେବାକୁ ଥିଲା । କିନ୍ତୁ ମଣିକର୍ଣ୍ଣିକା ରିଲିଜ କରାଯିବା କାରଣରୁ ସୁପର ୩୦ର ତାରିଖ ଘୁଁଚେଇ ଦିଆଗଲା । କିଛି ଦିନ ପୂର୍ବରୁ ଏହାର ନିର୍ଦ୍ଦେଶକ ବିକାଶ ବହଲ ଫିଲ୍ମ ଜଗତକୁ ଫେରିଛନ୍ତି । ଋତ୍ୱିକ୍ ରୋଶନ ମଧ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟର ଜାରୀ କରିଛନ୍ତି ।
ଏହି ପୋଷ୍ଟରରେ ଋତ୍ୱିକ ମୁଖ୍ୟ ଭୂମିକାରେ ବର୍ଷାରେ ଓଦା ହେଉଥିବା ଦେଖିବାକୁ ମିଳୁଛନ୍ତି । ଏହି ପୋଷ୍ଟର ତଳେ କିଛି ଛାତ୍ରଛାତ୍ରୀ ଥିବା ମଧ୍ୟ ନଜର ଆସୁଛନ୍ତି । ପୋଷ୍ଟର ଦେଖିବାକୁ ଆକର୍ଷଣୀୟ ରହିଛି । ଋତ୍ବିକ୍ ଏଥିରେ ଲେଖିଛନ୍ତି କି, ଜୁନ ୪ରେ ସୁପର ୩୦ର ଟ୍ରେଲର ଆସୁଛି । ତେବେ ଫିଲ୍ମ କଥା କହିବାକୁ ଗଲେ ଜୁଲାଇ ୨୬ରେ ରିଲିଜ ହେବାର ଥିଲା । କିନ୍ତୁ ଏବେ ଏହାକୁ ଜୁଲାଇ ୧୨କୁ ପରିବର୍ତନ କରାଯାଇଛି ।

https://www.onakhabar.com/2019/05/after-kapil-mahhi-vij-and-jay-bhanushali-make-their-pregnancy/

Leave A Reply

Your email address will not be published.