OnaKhabar

ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ରାୟପୁରକୁ ବିମାନ ସେବା ଆରମ୍ଭ

42

ଝାରସୁଗୁଡ଼ା : ଝାରସୁଗୁଡ଼ାବାସୀଙ୍କ ପାଇଁ ଖୁସି ଖବର | ବହୁତ ଦିନ ବିଳମ୍ବ ପରେ ଆଜିଠାରୁ ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ରାୟପୁରକୁ ବିମାନ ସେଵା ଆରମ୍ଭ ହେବାକୁ ଯାଇଛି । ଏନେଇ ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନଙ୍କ ସୂଚନା ।
ଚୌହାନଙ୍କ ସୂଚନା ଅନୁଯାୟୀ, ପ୍ରତିଦିନ ସକାଳ ୧୦ଟା ୩୫ମିନିଟ୍‌ରେ ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ବିମାନ ଉଡ଼ିବ। ସେହିପରି ଝାରସୁଗୁଡ଼ାରୁ ରାୟପୁରକୁ ଆଜି ଅପରାହ୍ଣ ୫ଟା ୧୫ରେ ବିମାନ ଉଡ଼ିବ।
ମାର୍ଚ୍ଚ ୩୧ରୁ ଉଡ଼ାନ୍‌ ଯୋଜନା-୩ରେ ସ୍ପାଇସ୍ ଜେଟ୍‌ ଝାରସୁଗୁଡ଼ା ବିମାନ ବନ୍ଦରରୁ ଦେଶର ତିନିଟି ପ୍ରମୁଖ ସହର ନୂଆଦିଲ୍ଲୀ, ହାଇଦ୍ରାବାଦ ଓ କୋଲକାତାକୁ ବିମାନ ସେବା ଯୋଗାଉଛି।
ଆଜିଠାରୁ ଭୁବନେଶ୍ୱର ଓ ରାୟପୁରକୁ ସିଧା ବିମାନ ସେବା ଆରମ୍ଭ ହେଉଥିବାରୁ ଏହାକୁ ସ୍ୱାଗତ କରିଛନ୍ତି ଝାରସୁଗୁଡ଼ାବାସୀ। ତେବେ ଶୀଘ୍ର ମୁମ୍ବାଇ ଓ ବାଙ୍ଗାଲୋରକୁ ମଧ୍ୟ ବିମାନ ଚଳାଚଳ ପାଇଁ ଦାବି ହୋଇଛି।