OnaKhabar

ଆଜି ଦେଶବ୍ୟାପୀ ପାଳନ ହେଉଛି ପବିତ୍ର ପର୍ବ ‘ଇଦ’

0 18

ନୂଆଦିଲ୍ଲୀ: ମୁସଲମାନ ସଂପ୍ରଦାୟର ପବିତ୍ର ପର୍ବ ‘ଇଦ’ ବୁଧବାର ଦେଶବ୍ୟାପୀ ପାଳନ କରାଯାଉଛି । ଗତ କଲି ସନ୍ଧ୍ୟାରେ ଦେଶର ବିଭିନ୍ନ ରାଜ୍ୟରେ ଇଦ ଚାନ୍ଦ ଦେଖାଯିବା ପରେ ରମଜାନ ମାସ ଶେଷ ହୋଇଛି । ଇଦ ପାଳନ ଅବସରରେ ମୁସଲମାନ ସଂପ୍ରଦାୟର ଲୋକେ ଜଣେ ଅନ୍ୟକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥାନ୍ତି । କଟକର ଭିଭିନ୍ନ ମସଜିଦରେ ଏହି ପବିତ୍ର ପର୍ବ ପାଇଁ ସଜାହୋଇଥିବା ଦେଖିବାକୁ ମିଳିଥିଲା |
ସୂଚନାଯୋଗ୍ୟ ବର୍ଷକୁ ୨ ଥର ଇଦ ପାଳନ ହୋଇଥାଏ । ଏହି ଇଦକୁ ‘ଇଦୁଲ-ଉଲ-ଫିତର’ କୁହାଯାଇଥାଏ । ଏହାକୁ ମିଠା ଇଦ ମଧ୍ୟ କୁହାଯାଇଥାଏ । ଦ୍ୱିତୀୟ ଇଦକୁ ‘ଇଦ-ଉଲ-ଜୁହା’ କୁହାଯାଏ । ମୁସଲମାନ ସଂପ୍ରଦାୟର ଭାଇମାନେ ପୂରା ଏକ ମାସ ପାଇଁ ରୋଜା ରଖିଥାନ୍ତି ।

ଇଦ୍ ମୁସଲମାନ୍‌ଙ୍କର ଏକ ପବିତ୍ର ପର୍ବ। ପ୍ରାୟତଃ ରମ୍‌ଜାନର ଶେଷ ଦିନରେ ଏହି ଦିବସଟିକୁ ପାଳନ କରାଯାଏ। ପୃଥିବୀର ବିଭିନ୍ନ ଦେଶରେ ଏହି ପର୍ବ ବିଭିନ୍ନ ଦିନ ଏବଂ ସମୟରେ ପାଳିତ ହୋଇଥାଏ। ଏହି ଦିନ ମୁସଲମାନ ଭାଇ ମାନେ ପରସ୍ପରକୁ ଆଲିଙ୍ଗନ କରି ଇଦର ଶୁଭେଚ୍ଛା ଜଣାଇଥାନ୍ତି। ମୁସଲିମ୍ ସମ୍ପ୍ରଦାୟର ପୁରୁଷମାନେ ମସଜିଦ୍ ଯାଇ ନମାଜ ପାଠ କରିଥାନ୍ତି। ସମସ୍ତଙ୍କ ଘରେ ବିଭିନ୍ନ କିସମର ମିଠା ଖାଦ୍ୟ ତିଆରି କରଯାଇ ବନ୍ଧୁଙ୍କ ସମେତ ସମ୍ପର୍କୀୟ ଲୋକଙ୍କୁ ନିମନ୍ତ୍ରଣ କରାଯିବାର ବିଧି ରହିଛି।

https://www.onakhabar.com/2019/06/monsoon-will-touch-kerala-in-comming-48-hours/

Leave A Reply

Your email address will not be published.