OnaKhabar

୮‌ରେ ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କରିବ ରାଜ୍ୟ ବିଜେପି

49

ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରଦର୍ଶନୀ ପଡ଼ିଆରେ ଶପଥ ନେଇଥିଲେ | ସେହି ସ୍ଥାନରେ ଓଡ଼ିଶାର ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରିବ ରାଜ୍ୟ ବିଜେପି ବୋଲି ଜଣାପଡିଛି | ମୋଦୀଙ୍କ ୨ୟ ପାଳିରେ ମନ୍ତ୍ରୀ ପଦ ପାଇଲା ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଆସନ୍ତା ୮ ତାରିଖରେ ଓଡ଼ିଶା ଆସିବେ। ବିମାନବନ୍ଦରରୁ ଏକ ବିଶାଳ ଶୋଭାଯାତ୍ରାରେ ଉଭୟଙ୍କୁ ପ୍ରଦର୍ଶନୀ ପଡ଼ିଆକୁ ଅଣାଯିବ। ସେଠାରେ ହଜାର ହଜାର ଦଳୀୟ କର୍ମୀଙ୍କୁ ଉପସ୍ଥିତିରେ ଉଭୟଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ଏହି କାର୍ଯ୍ୟକ୍ରମରେ ଦଳର ସମସ୍ତ ସାଂସଦ, ବିଧାୟକ ଓ କର୍ମକର୍ତ୍ତା ଉପସ୍ଥିତ ରହିବାକୁ କୁହାଯାଉଛି। ଏହି ସମାବେଶକୁ ସଫଳ କରିବା ପାଇଁ ଦଳୀୟ କର୍ମକର୍ତ୍ତାମାନେ ଲାଗିପଡିଛନ୍ତି |