OnaKhabar

ଦୀର୍ଘ ୧୨ବର୍ଷ ପରେ ପୁଣି ଏକାଠି ହେବେ ରାଣୀ ଓ ଅଭିଷେକ

45

ମୁମ୍ବାଇ: ଦୀର୍ଘ ୧୨ବର୍ଷ ପରେ ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଓ ଅଭିନେତ୍ରୀ ରାଣୀ ମୁଖାର୍ଜୀ ପରଦାରେ ଏକାଠି ନଜର ଆସିବାର ସୂଚନା ମିଳିଛି । ଉଭୟଙ୍କ ଯୋଡ଼ି ଦର୍ଶକ ବିଗତ ଦିନରେ ବେଶ ପସନ୍ଦ କରୁଥିଲେ । ଏବେ ପୁଣି ଥରେ ଉଭୟ ପରଦାରେ ଧମାଲ କରିବେ ଚର୍ଚ୍ଚା ହେଉଛି । ୨୦୦୫ ମସିହାରେ ରିଲିଜ ହୋଇଥିବା ‘ବଟିଂ ଓøର ବବଲି’ ଚଳଚ୍ଚିତ୍ରକୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ଫିଲ୍ମ ବ୍ୟତିତ ସିନେମାରେ ଥିବା ଗୀତ ଗୁଡ଼ିକ ମଧ୍ୟ ହିଟ ହୋଇଥିଲା ।
ସୂଚନାଯୋଗ୍ୟ ବଟିଂ ଓøର ବବଲିର ପାର୍ଟ-୨ର ଶୁଟିଂ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ‘ବଟିଂ ଓøର ବବଲି ଏଗନ’ ର ଶୁଟିଂ ଆଗାମୀ ମାସରୁ ଆରମ୍ଭ ହେବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଜିମ୍ମାଶାଦ ଅଲ୍ଲୀ ବହନ କରୁଛନ୍ତି ।