OnaKhabar

ହାତୀ ଆକ୍ରମଣରେ ମହିଳା ମୃତ

40

ତେଲକୋଇ: ପୁଣି ମାତିଲେ ହାତୀ | ମହିଳାଙ୍କୁ ଦଳି ନେଲା ଜୀବନ | ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ | ମହିଳା ଜଣଙ୍କ ହେଲେ ଆକୁଳ ଗାଁର ରବି ରଣାସିଙ୍ଗଙ୍କ ସ୍ତ୍ରୀ କଦଳୀ ରଣାସିଙ୍ଗ । ସୂଚନାନୁଯାୟୀ, ଆଜି ସକାଳେ ସେ ମହୁଲ ଗୋଟାଇବାକୁ ମଲଣ୍ଡା ଗ୍ରାମ ନିକଟ ଜଙ୍ଗଲକୁ ଯାଇଥିଲେ । ସେହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ବଣୁଆ ହାତୀଟି ତାଙ୍କୁ ଦଳିବା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

https://www.onakhabar.com/2019/06/road-accident-father-dead-and-son-sivior-injuired/