ପତ୍ନୀକୁ ସପରାଇଜ ଦେବା ପଡିଲା ମହଙ୍ଗା, ହେୟାର ଷ୍ଟାଇଲକୁ ନେଇ ଟ୍ରୋଲ ହେଲେ ରିତେଶ, ଦେଖନ୍ତୁ ଏହି ଖବରରୁ…
ମୁମ୍ବାଇ: ବଲିଉଡ ଠାରୁ ଟିକେ ଦୂରରେ ଥିବା ରିତେଶ ଦେଶମୁଖ ଓ ପତ୍ନୀ ଜେନେଲିଆ ଡି’ସୁଜାଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି | ତେବେ ଏଥର ସେ ତାଙ୍କ ଫିଲ୍ମ ପାଇଁ ନୁହେଁ ବରଂ ନିଜ ହେଯାର ଷ୍ଟାଇଲ ଲାଗି ଚର୍ଚ୍ଚାକୁ ଆସିଛନ୍ତି | ଜେନେଲିଆଙ୍କୁ ସରପ୍ରାଇଜ୍ ଦେବା ପାଇଁ ରିତେଶ ଏବେ ଏକ ନୂଆ ହେୟାରଷ୍ଟାଇଲ୍ କରିଛନ୍ତି । କିନ୍ତୁ ତାଙ୍କର ଏହି ହେଯାର ଷ୍ଟାଇଲ ଲାଗି ତାଙ୍କୁ ବର୍ତ୍ତମାନ ଅନେକ ଟ୍ରଲ୍ କରୁଥିବାର ଦେଖିବାକୁ ମିଳୁଛି | ପ୍ରଶଂସକ ତାଙ୍କ ହେୟାର ଷ୍ଟାଇଲ୍କୁ କେବଳ ବକ୍ବାସ ବୋଲି କହି ନାହାନ୍ତି, ବରଂ ଏହାର ଜୋର୍ଦାର ମଜାକ୍ ମଧ୍ୟ ଉଡ଼ାଇଛନ୍ତି ।
ସୂଚନାଯୋଗ୍ୟ, ଜେନେଲିଆ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ରିତେଶଙ୍କ ଲାଟେଷ୍ଟ ଫଟୋ ଶେଆର କରିଛନ୍ତି ।
ଏଥିରେ ରିତେଶ ନୂଆ ହେୟାରଷ୍ଟାଇଲ୍ ସହିତ ନଜର ଆସୁଛନ୍ତି । ଏହି ହେୟାରଷ୍ଟାଇଲ୍ର ସବୁଠାରୁ ଖାସ୍ ହେଉଛି ବ୍ୟାକ୍ ଲୁକ୍ । ଯେଉଁଥିରେ ରିତେଶ ଲମ୍ବା କେଶ ରଖି ରେଡ୍ କଲରରେ ଡାଇ କରିଛନ୍ତି । ଜେନେଲିଆ ଏହି ଫଟୋ ଶେଆର କରି କ୍ୟାପ୍ସନ ଲେଖିଛନ୍ତି ଯେ ନୂଆ ହେଆରଷ୍ଟାଇଲ୍ କରି ତାଙ୍କୁ ସରପ୍ରାଇଜ୍ ଦେବା ପାଇଁ ସେ ରିତେଶଙ୍କୁ କହିଥିଲେ । ଫଳରେ ରିତେଶ ଏହି ରେଡ୍ ସ୍କ୍ୱିରେଲ୍ ଟେଲ୍ ସହିତ ଫେରିଥିଲେ । ଏହି ଲୁକ୍ କୁଲ୍ କି ବୋଲି ଜେନେଲିଆ ପ୍ରଶ୍ନ କରିଥିଲେ । ରିତେଶଙ୍କ ଏହି ଲୁକ୍ ଯଦିଓ ଜେନେଲିଆଙ୍କ ନଜରରେ କୁଲ୍ ଥିଲା, କିନ୍ତୁ ଲୋକେ ଏହାର ଜୋର୍ଦାର ମଜାକ୍ ଉଡ଼ାଇବାରେ ଲାଗିଛନ୍ତି । କେହି ତାଙ୍କ ହେୟାରଷ୍ଟାଇଲ୍କୁ ଶୁଆ ଲୁକ୍ ବୋଲି କହିଥିବାବେଳେ କେହି କୁକୁଡ଼ା ଚୁଟି କହି ମଜାକ ଉଡ଼ାଇଛନ୍ତି । କେହି କେହି ଟ୍ରଲର୍ସ ତାଙ୍କୁ ଗେ’ ଭଳି ଦେଖାଯାଉଥିବା କହିଥିବାବେଳେ ଅନ୍ୟ କେହି ରିତେଶଙ୍କ ହେଆରଷ୍ଟାଇଲ୍ ବହୁତ ଫନି ବୋଲି କହି ଥଟ୍ଟା କରିଛନ୍ତି । ସୂଚନାଯୋଗ୍ୟ ଯେ ରିତେଶ ଖୁବ୍ଶୀଘ୍ର ମଲ୍ଟିଷ୍ଟାରର ସିନେମା ‘ହାଉସ୍ଫୁଲ ୪’ରେ ନଜର ଆସିବାକୁ ଯାଉଛନ୍ତି । ଏହାବ୍ୟତୀତ ରିତେଶ ‘ମରଜାୱାଁ’ ସିନେମାରେ ମଧ୍ୟ ନଜର ଆସିବେ ବୋଲି ଜଣାପଡ଼ିଛି ।