OnaKhabar

ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ଅଭିନୟ କରିବେ ରବିନା

0 2

ୟଶଙ୍କ ଅଭିନୀତ କନ୍ନଡ଼ ଚଳଚ୍ଚିତ୍ର ‘କେଜିଏଫ୍-୨’ରେ ବଲିଉଡ଼୍ର ନାମୀ ନାୟିକା ରବିନା ଟଣ୍ଡନ ନଜରକୁ ଆସିବେ । ଏହି
ଚଳଚ୍ଚିତ୍ରରେ ରବିନା ଟଣ୍ଡନଙ୍କୁ ଏକ ଭିନ୍ନ ସ୍ୱାଦର ଚରିତ୍ରରେ ଦେଖିବାକୁ ମିଳିବ । ସେ ଏହି ଚଳଚ୍ଚିତ୍ରରେ ଭାରତର ପୂର୍ବତନ
ପ୍ରଧାନମନ୍ତ୍ରୀ ଇନ୍ଦିରା  ଗାନ୍ଧିଙ୍କ ଭୂମିକାରେ ଅଭିନୟ କରିବେ । ଏହି ଗୁରୁତ୍ୱ ୂର୍ଣ୍ଣ ଭୂମିକାଟି ଚଳଚ୍ଚିତ୍ରର ସଂପୂର୍ଣ୍ଣ ଗୁରୁତ୍ୱ ବହନ କରୁଛି ।
ସୂଚନା ଥାଉକି ‘କେଜିଏଫ୍-୨’ର ସୁଟିଂ ଆରମ୍ଭ ହୋଇ ସାରିଛି । ଚଳଚ୍ଚିତ୍ରର ଏହି ଭାଗଟି ପ୍ରଥମ ଭାଗ ଅପେକ୍ଷା ଅଧିକ
ଆକର୍ଷଣୀୟ ହେବ । ଏହି ବିଗ୍ ବଜେଟ୍ର ଚଳଚ୍ଚିତ୍ରକୁ ପ୍ରଶାନ୍ତ ନୀଲ୍ ନିର୍ଦ୍ଦେଶନା ଦେଇଥିବା ବେଳେ ଅଚ୍ୟୁଥ୍ କୁମାର, ମାଳବିକା ଅବିନାଶ, ଅନନ୍ତ ନାଗ୍, ବଶିଷ୍ଠ ଏନ୍ ସିହ୍ନା, ଆୟାପା ପି ଶର୍ମା, ବି ସୁରେଶ ପ୍ରମୁଖ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିବେ । ପୂର୍ବରୁ ବକ୍ସ ଅଫିସ୍ରେ ‘କେଜିଏଫ୍-୧’ ବିୁଳ ସଫଳତା ଲାଭ କରିଥିଲା । ଏଥିରେ ୟଶଙ୍କ ଅଭିନୟକୁ ତାରିଫ୍ କରାଯାଇଥିଲା । ଏହାର ଦ୍ୱିତୀୟ ଭାଗକୁ ଦେଖିବା ପାଇଁ ଦର୍ଶକ ଉକ୍ରଙଋାର ସହ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.