OnaKhabar

ଏକତରଫା ପ୍ରେମ: ପ୍ରେମିକାକୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ ହେଲା ଫେଲ

0 10

କୋରାପୁଟ: ରାଜ୍ୟରେ ପୁଣି ଏକ ଲଜ୍ଜ୍ୟଜନକ ଘଟଣା ସାମନାକୁ ଆସିଛି | ଏକତରଫା ପ୍ରେମର କରୁଣ ପରିଣତି | ଜଣେ ଛାତ୍ର ତାର ସହଯୋଗୀଙ୍କୁ ପୋଡି ଦେଇଥିବା ସୂଚନା ମିଳିଛି | ଏପରି ଲଜ୍ଜ୍ୟାଜନକ କାଣ୍ଡ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ଗାନ୍ଧିନଗର ଅଞ୍ଚଳରେ ହୋଇଥିବାର ସୂଚନା ମିଳିଛି | ଛାତ୍ର ଜଣକ ଯୁକ୍ତ ଦୁଇରେ ପଢ଼ୁଥିବା ଜଣାପଡ଼ିଛି । ଛାତ୍ରକୁ ଜୁଭେନାଇଲ୍‌ କୋର୍ଟରେ ହାଜର କରାଯାଇଛି । ଅଧିକ ପଚରାଉଚରା ପାଇଁ ପୋଲିସ୍‌ ରିମାଣ୍ଡରେ ନେବାର ସମ୍ଭାବନା ରହିଛି ।
ସୂଚନାନୁଯାୟୀ, ଗତ ଶନିବାର ଦିନ ସେମିଳିଗୁଡ଼ାର ଗାନ୍ଧିନଗର ଅଞ୍ଚଳରେ ହଷ୍ଟେଲ୍‌ରେ ରହୁଥିବା କଲେଜ ଛାତ୍ରୀଙ୍କୁ ଛାତ୍ର ଜଣକ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ଛାତ୍ରୀ ଜଣକ ଏବେବି ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସାଧୀନ ଅଛି । ଏକତରଫା ପ୍ରେମରେ ବିଫଳ ହେବାରୁ ଛାତ୍ର ଏଭଳି କାଣ୍ଡ ଘଟାଇ ଫେରାର ହୋଇଯାଇଥିଲା । ଛାତ୍ରଙ୍କ ଘର ନନ୍ଦପୁର ଅଞ୍ଚଳରେ । ତେବେ ଆଜି ସେ ସେମିଳିଗୁଡ଼ା ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି |

https://www.onakhabar.com/2019/06/police-arrested-for-photo-viral-case-at-sambalpur/

Leave A Reply

Your email address will not be published.