OnaKhabar

କରୀନା କପୁରଙ୍କ ସହ ସମଲିଙ୍ଗୀ ସଂପର୍କ ରଖିବାକୁ ଚାହାଁନ୍ତି କ୍ୟାଟ୍ରିନା, ପଢନ୍ତୁ ଏହି ଖବରରୁ….

ମୁମ୍ବାଇ: ଆଗକୁ ଫିଲ୍ମ ଭାରତ ରିଲିଜ୍‌ ହେବାକୁ ଥିବା ବେଳେ ଏବେ ପ୍ରମୋସନରେ ବ୍ୟସ୍ତ ଅଛନ୍ତି ପୂରା ଭାରତ ଫିଲ୍ମର ଷ୍ଟାରକାଷ୍ଟ । ବିଭିନ୍ନ ରିଆଲିଟି ସୋ’ ଏବଂ ପ୍ରମୋସନାଲ ଇଭେଣ୍ଟ କରି ଫିଲ୍ମର ପ୍ରମୋସନ କରାଯାଉଛି । ଏ ମଧ୍ୟରେ ନିଜ ଫିଲ୍ମର ପ୍ରମୋସନ କରିବା ପାଇଁ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଯାଇ ପହଞ୍ଚିଥିଲେ “ବାଏ ଇନ୍‌ଭାଇଟ୍‌ ଓନ୍‌ଲି”ରେ । ଏହି ସୋ’ର ହୋଷ୍ଟ କ୍ୟାଟ୍‌ଙ୍କୁ କିଛି ଏଭଳି ପ୍ରଶ୍ନ କରିଥିଲେ, ଯାହାର ଉତ୍ତରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ସୋ’ରେ କେଉଁ ଅଭିନେତ୍ରୀଙ୍କ ସହ ତୁମେ ସମଲୈଙ୍ଗିକ ସଂପର୍କ ରଖିବାକୁ ପସନ୍ଦ କରିବ ବୋଲି ହୋଷ୍ଟ ପ୍ରଶ୍ନ କରିବା ପରେ କ୍ୟାଟ୍ରିନା ତୁରନ୍ତ କରୀନା କପୁର ଖାନ୍‌ଙ୍କ ନାଁ ନେଇଥିଲେ । ତାଙ୍କର ଏଭଳି ଉତ୍ତରରୁ ସେ କରୀନାଙ୍କର କେତେ ଭଲ ବନ୍ଧୁ ତାହା ସ୍ପଷ୍ଟ ହୋଇ ଯାଇଛି । ତେବେ କ୍ୟାଟ୍‌ଙ୍କ ପେଶାଦାର ଜୀବନକୁ ଦେଖିବାକୁ ଗଲେ ଏବେ ସେ ଫିଲ୍ମ ‘ଭାରତ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଅନ୍ୟ କୌଣସି ପ୍ରୋଜେକ୍ଟକୁ ନେଇ ସେ କାମ ଆରମ୍ଭ କରି ନଥିବା ଜଣା ପଡ଼ିଛି ।

https://www.onakhabar.com/2019/06/katrina-first-priority-ranbin/