OnaKhabar

କ୍ୟାଟ୍ରିନା ନିଜ କ୍ୟାରିୟରକୁ ଛାଡ଼ି ଅଧିକ ସମୟ ଦେଉଥିଲେ ରଣବୀରଙ୍କୁ

0 1

ବଲିଉଡ଼ର ଆଗଧାଡ଼ିର ନାୟିକା କ୍ୟାଟ୍ରିନା ତାଙ୍କ ଆଗାମୀ ଫିଲ୍ମ ‘ଭାରତ’ ପାଇଁ ବ୍ୟସ୍ତ ଅଛନ୍ତି । ତାଙ୍କୁ ଏବେ ବିଭିନ୍ନ ସାକ୍ଷାତକାରରେ ଦେଖିବାକୁ ମିଳୁଛି । ନିକଟରେ ଏକ ସାକ୍ଷାତକାରରେ କ୍ୟାଟ୍ରିନା କହିଛନ୍ତି ନିଜ ପୂର୍ବ ସମ୍ପର୍କ ବିଷୟରେ । ସେ ଏହି ବିଷୟରେ ରଣବୀର କପୁରଙ୍କୁ ଇସାରା କରି କହିଛନ୍ତି- ଏମିତି ଏକ ସମୟ ଥିଲା ଯେ ମୁଁ ମୋ କାମ ଉପରେ କମ୍ ଧ୍ୟାନ ଦେଇ ଅଧିକ ମୋ ସମ୍ପର୍କ ଉପରେ ଦେଉଥିଲି । ମତେ ଏମିତି କରିବାକୁ ଭଲ ମଧ୍ୟ ଲାଗୁଥିଲା । ଏସବୁ କରୁଥିବାରୁ ମୋର କୌଣସି ଅବଶୋଷ ନଥିଲା ବିଏଫ୍ଏଫ୍ ସିଜନ୍ ୩ରେ କ୍ୟାଟ୍ରିନା ଏ ବିଷୟରେ କହିଥିବା ଜଣାପଡ଼ିଛି । ସେ ଅଭିନୟ କରିଥିବା ରାଜନୀତି, ଜିନ୍ଦେଗି ନା ମିଲେଗି ଦୋବାରା ଏବଂ ନ୍ୟୁୟୋର୍କରେ ତାଙ୍କୁ ଭିନ୍ନ ଧରଣର ଅଭିନୟ ପସନ୍ଦ ଆସିଥିବା ସେ କହିଛନ୍ତି । ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଗଢ଼ି ଉଠିଥିବା ରଣବୀର- କ୍ୟାଟ୍ରିନା ସଂପର୍କ ଛିନ୍ନ ହୋଇଥିବା ଲୋକଲୋଚନକୁ ଆସିଥିଲା । ସୂଚନାନୁସାରେ ରଣବୀର-ଆଲିଆଙ୍କ ଭିତରେ ସଂପର୍କ ଥିବାରୁ କ୍ୟାଟ୍ରିନା ସଂପର୍କ ବେଶୀଦିନ ତିଷ୍ଠି ପାରିନଥିଲା ।

Leave A Reply

Your email address will not be published.