OnaKhabar

ମମତାଙ୍କୁ ଜୟ ଶ୍ରୀ ରାମ ଲେଖି ୧୦ ଲକ୍ଷ ପୋଷ୍ଟ କାର୍ଡ ପଠାଇବ ବିଜେପି

0 13

କୋଲକାତା : ପଶ୍ଚିମବଙ୍ଗରେ ଜୟ ଶ୍ରୀ ରାମ ନାରାକୁ ନେଇ ରାଜନୀତି ବଢ଼ିବାରେ ଲାଗିଛି । ଶୁକ୍ରବାର ମମତା ବାନାର୍ଜୀ ଜୟ ଶ୍ରୀ ରାମ ନାରା ଦେଉଥିବା ଲୋକମାନଙ୍କ ଉପରେ ବିରକ୍ତ ହେଉଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ପରେ ସୋସିଆଲ ମିଡିଆରେ ଏହା ବେଶ୍ ପ୍ରଚାର ମଧ୍ୟ ହୋଇଥିଲା । ତେବେ ପଶ୍ଚିମବଙ୍ଗ ପୁଲିସ ଏହି ଘଟଣାରେ ସଂପୃକ୍ତ ୧୦ ଜଣ ଲୋକଙ୍କୁ ଗିରଫ କରିଛି । ଏବେ ବିଜେପି ଏହି ଘଟଣାକୁ କଡା ସମାଲୋଚନା କରି ମମତା ବାନାର୍ଜୀଙ୍କୁ ଜୟ ଶ୍ରୀ ରାମ ଲେଖି ୧୦ ଲକ୍ଷ ପୋଷ୍ଟକାର୍ଡ ପଠାଇବାକୁ ପ୍ରସ୍ତୁତି ଆରମ୍ଭ କରି ଦେଲେଣି । ବୈରକପୁରରୁ ନବନିର୍ବାଚିତ ସାଂସଦ ଅର୍ଜୁନ ସିଂହ ଏହି ବିଷୟରେ ସୂଚନା ଦେଇଛନ୍ତି ।
ସାଂସଦ ଅର୍ଜୁନ ସିଂହ କହିଛନ୍ତି କି, ଆମେ ମୁଖ୍ୟମନ୍ତ୍ରୀ ନିବାସକୁ ୧୦ ଲକ୍ଷ ପୋଷ୍ଟକାର୍ଡ ପଠାଇବାକୁ ନିଷ୍ପତି ନେଇଛୁ । ଏହି ସବୁ ପୋଷ୍ଟକାର୍ଡରେ ଜୟ ଶ୍ରୀରାମ ଲେଖାଯିବ । ମମତା ବାନାର୍ଜୀ ଜୟ ଶ୍ରୀ ରାମ ନାରା ଦେଇଥିବା ୧୦ ଜଣ ଲୋକଙ୍କୁ ଗିରଫ କରିଛନ୍ତି । ଏବେ ବିଜେପି ଏହି ନାରା ଲେଖି ୧୦ ଲକ୍ଷ ପୋଷ୍ଟ କାର୍ଡ ପଠାଇବ । ଏଭଳି ଲାଗୁଛି ମମତା ନିଜ ମାନସିକ ଭାରସାମ୍ୟ ହରାଇଛନ୍ତି । ଅର୍ଜୁନ ସିଂହ ତୃଣମୂଳ କଂଗ୍ରେସରେ ଜଣେ ବିଧାୟକ ଥିଲେ । କିନ୍ତୁ ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.