OnaKhabar

ସୂର୍ଯ୍ୟପାତ୍ର ବିଧାନସଭା ବାଚସ୍ପତି ନିର୍ବାଚିତ

0 20

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ବରିଷ୍ଟ ବିଧାୟକ ତଥା ପୁର୍ବତନ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ନିର୍ବାଚିତ ହୋଇଛନ୍ତି । ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ପାତ୍ରଙ୍କ ନା ବାଚସ୍ପତି ପଦ ପାଇଁ ପ୍ରସ୍ତାବ ଦେଇଥିଲେ ଓ ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସମର୍ଥନ କରିଥିଲେ । ଏହାପରେ ଗୃହରେ ଉପସ୍ଥିତ ସମସ୍ତ ସଦସ୍ୟ ସମର୍ଥନ ଦେଇଥିଲେ । ଶ୍ରୀ ପାତ୍ର ବିଧାନସଭାକୁ ୭ଥର ନିର୍ବାଚିତ ହୋଇଛନ୍ତି । ଏଥିରେ ସେ ୪ଥର ମୋହନା ବିଧାନସଭା ଆସନରୁ ଓ ତିନିଥର ଦିଗପହଣ୍ଡି ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି । ସେ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସଦସ୍ୟ ଥିଲେ । ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା ମଧ୍ୟ ସଂସଦୀୟ ବ୍ୟବସ୍ଥାରେ ରହିଛି । ସେଥିପାଇଁ ତାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି ।
ବାଚସ୍ପତି ନିର୍ବାଚନ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେସନ ଆଜି ଅନୁଷ୍ଠିତ ହୋଇଥିଲା । ଗୃହର କାମ ଚଳା ବାଚସ୍ପତି ଭାବେ ଅମର ପ୍ରସାଦ ଶତପଥି ପ୍ରସ୍ଥାବ ଆଗତ କରିଥିଲେ । ସର୍ବସମ୍ମତ କ୍ରମେ ଶ୍ରୀ ପାତ୍ରଙ୍କ ନା ଗୃହୀତ ହେବାରୁ ତାଙ୍କୁ ବାଚସ୍ପତି କରାଗଲା ବୋଲି ଶ୍ରୀ ଶତପଥି ଘୋଷଣା କରିଥିଲେ । ବାଚସ୍ପତି ନିର୍ବାଚନ ସମୟରେ ବିଜେପି ସଦସ୍ୟମାନେ ଅନୁପସ୍ଥିତ ରହିଲେ । ଶ୍ରୀ ପାତ୍ର ବାଚସ୍ପତି ଭାବେ ନିର୍ବାଚିତ ହେଲେ ବୋଲି କାମଚଳା ବାଚସ୍ପତି ଶ୍ରୀ ଶତପଥି ଘୋଷଣା କରିବା ପରେ ତାଙ୍କୁ ବାଚସ୍ପତି ଆଶନ ଅଳଙ୍କୃତ କରିବା ପାଇଁ ଅନୁରୋଧ କରିଥିଲେ । ଗୃହର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ , କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ତାରାପ୍ରସାଦ ବାହୀନ ପତି, ସୁରେଶ କୁମାର ରାଉତରାୟ, ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଶ୍ରୀ ପାତ୍ରଙ୍କୁ ଗୃହ ମଧ୍ୟରୁ ବାଚସ୍ପତି ଚୌକି ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । ଏହାପରେ ଶ୍ରୀ ପାତ୍ର ବାଚସ୍ପତି ଆସନରେ ବସି ଗୃହରେ ଅଧ୍ୟକ୍ଷତା କରିଥିଲେ । ତାଙ୍କ ସର୍ବସମ୍ମତେ କ୍ରମେ ନିର୍ବାଚିତ କରିଥିବାରୁ ସେ ଗୃହର ନେତା ଓ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସବୁ ସଦସ୍ୟଙ୍କ ସହଯୋଗରେ ଗୃହ କାର୍ଯ୍ୟ ସଂପାଦାନ କରିବେ ବୋଲି କହିଥିଲେ । ଶ୍ରୀ ପାତ୍ର ବିଧାନସଭାର ୨୨ତମ ବାଚସ୍ପତି ଦାୟିତ୍ୱ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.