OnaKhabar

ସ୍ୱାମୀର ଅତ୍ୟାଚାର ସହି ନ ପାରି କଟାମୁଣ୍ଡ ଧରି ଥାନାରେ ପହଁଚିଂଲା ସ୍ତ୍ରୀ

0 40

ଲକ୍ଷ୍ମୀପୁର: ଆଦି କାଳରୁ ସ୍ତ୍ରୀକୁ ଅବହେଳା ଭାବିବା ଓ ସ୍ତ୍ରୀକୁ ତଳେ ରଖିବା ପରି ନିନ୍ଦନୀୟ କାଣ୍ଡ ଚଳି ଆସୁଥିବାର ଦେଖିବାକୁ ମିଳୁଛି । ତେବେ ସ୍ତ୍ରୀ ଓ ଝିଅ ବର୍ତ୍ତମାନ ଆଗକୁ ବଢୁଥିଲେ ମଧ୍ୟ ଝିଅଙ୍କୁ ପଛରେ ରଖୁଥିବାର ଦେଖିବାକୁ ମିଳୁଛନ୍ତି । ଏହି ପରିପେକ୍ଷରେ ଆଜି ଏପରି ଏକ ଘଟଣା ସାମନାକୁ ଆସିଛି ଯାହା ସୂଚାଇ ଦେବ ନାରୀ ଅବହେଳା ବୁହଁନ୍ତି ବୋଲି । ଆଜି ଏପରି ଏକ ଘଟଣା ସାମନାକୁ ଆସିଛି ଯାହା ଦେଖାଇ ଦେବ ୟେ ନାରୀ ସହିଷ୍ଣୁ ହୋଇ ପାରିବ ସେତିକି ଅସହିଷ୍ଣୁ ମଧ୍ୟ । ଜଣେ ସ୍ତ୍ରୀ ତାର ସ୍ୱାମୀର ଅତ୍ୟାଚାର ସହି ନ ପାରି ସ୍ୱାମୀର କଟା ମୁଣ୍ଡକୁ ଏକ ପ୍ଲାଷ୍ଟିକ ଥଳୀରେ ଭର୍ତି କରି ଥାନାରେ ପହଁଞ୍ଚିଥିବାର ସୂଚନା ମିଳିଛି । ଏପରି ଘଟଣା ଆସାମର ଲକ୍ଷ୍ମୀପୁର ଜିଲ୍ଲା ଧଲପୁରରେ । ଜଣେ ସ୍ୱାମୀର ଅତ୍ୟାଚାର ସହି ନପାରି ସ୍ତ୍ରୀ ସ୍ୱାମୀର କଟା ମୁଣ୍ଡ ନେଇଯାଇଥିଲା । ପୁଲିସ ଆଗରେ ମହିଳା ଜଣଙ୍କ ଆତ୍ମସମର୍ପଣ କରିଥିଲା । ଏହି ଲୋମହର୍ଷଣ ଘଟଣା ପରେ ଅଞ୍ଚଳରେ ଚାଂଚଲ୍ୟ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ନାରାୟଣପୁରର କଠଣୀ ମାଜଗାଁ ବାସିନ୍ଦା ବୁଧିରାମ ବରକଟକୀ ପ୍ରତିଦିନ ଭଳି ସେଦିନ ମଧ୍ୟ ମଦ ନିଶାରେ ଘରକୁ ଫେରିଥିଲା । ସ୍ତ୍ରୀ ଗୁନେଶ୍ୱରୀ ବରକଟକୀ ସହ ଯୁକ୍ତିତର୍କ କରିଥିଲା । ନିଶାରେ ଚୁର ଥିବା ବୁଧିରାମ ସ୍ତ୍ରୀକୁ ମାରଧର ମଧ୍ୟ କରିଥିଲା । ଗୁନେଶ୍ୱରୀ ମାଡ଼ ଖାଇବାବେଳ ସ୍ୱାମୀଠୁ କେମିତି ମୁକ୍ତ ପାଇବ ସେ କଥା ଚିନ୍ତା କରିଥିଲା । ଠିକ ସେହି ସମୟରେ ଗୁନେଶ୍ୱରୀ ଏକ କଟୁରୀ ଆଣି ସ୍ୱାମୀ ବେକରେ ଏକ ଚୋଟ ଦେଇଥିଲା । ଯାହା ଫଳରେ ସ୍ୱାମୀର ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିଲା । ଏହାପରେ ସେହି କଟାମୁଣ୍ଡକୁ ଏକ ପ୍ଲାଷ୍ଟିକ ଥଳୀରେ ଭର୍ତି କରି ଗୁନେଶ୍ୱରୀ ଧଲପୁର ଥାନାରେ ପହଁଚିଂ ଆତ୍ମସମର୍ପଣ କରିଥିଲା । ପୁଲିସ ସ୍ୱାମୀର ହତ୍ୟା ମାମଲାରେ ସ୍ତ୍ରୀକୁ ଗିରଫ କରିଛି ।

https://www.onakhabar.com/2019/05/a-husband-murder-his-wife-at-puri/

Leave A Reply

Your email address will not be published.