OnaKhabar

ପରାଜୟ କାହାର, ଲାଲବିହାରୀ ନା ଭାସ୍କର ?

55

ରାୟଗଡା: ୨୦୧୯ ନିର୍ବାଚନ ଫଳାଫଳ ଘୋଷଣା ସରିଛି । ରାୟଗଡା ବିଧାନସଭା ନିର୍ବଚନ ମଣ୍ଡଳୀରେ ଜନାଦେଶୁ ବିଧାୟକ ପ୍ରାର୍ଥ ଲାଲବିହାରୀ ହିମିରିକାଙ୍କ ବିପକ୍ଷରେ ଯାଇଛି ସତ କିନ୍ତୁ ଏହି ପରାଜୟ କାହାର । ୩ଥରିଆ ବିଧାୟକ ଲାଲବିହାରୀଙ୍କର ନା ରାୟଗଡା ଜିଲାରେ ବିଜେଡିର ବିନ୍ଧାଣି କୁହାଯାଉଥିବା ଏନ. ଭାସ୍କର ରଓଙ୍କର ବୋଲି ବିଜୁପ୍ରେମୀ ଓ ବିଜୁ ଜନତା ଦଳକୁ ଭଲ ପାଉଥିବା ଲୋକେ ଏବେ ପ୍ରଶ୍ନ କରୁଛନ୍ତି । ତେବେ ୧୯ବର୍ଷର ଅଣଦେଖା ନା ଲୋକଙ୍କ ପରିବର୍ତ୍ତନର ଇଛା ଯୋଗୁଁ ବିଜେଡିକୁ ଏଭଳି ଦିନ ଦେଖିବାକୁ ମିଳିଛି ବୋଲି ଗୁଞ୍ଜରଣ ଶୁଣିବାକୁ ମିଳୁଛି ।

୧୯ବର୍ଷର ଅଣଦେଖା ନା ପରିବର୍ତ୍ତନର ଇଛା

ଏନ ଭାସ୍କର ରାଓ । ବିଜୁବାବୁଙ୍କ ହାତଧରି ଜନତା ଦଳରେ ଯୋଗଦେଇ ଜଣେ ସାଧାରଣ କର୍ମୀରୂପେ ଜିଲାରେ ସଙ୍ଗଠନ କାର୍ଯ୍ୟ ଆରମ୍ଭ କରିଥିଲେ । ଦଳପ୍ରତି ରହିଥିବା ତାଙ୍କର ନିଷ୍ଠା ତଥା ଦଳପ୍ରତି ଆନୁଗତ୍ୟ ଦିନେ ତାଙ୍କୁ ବିଜୁବାବୁଙ୍କ ପାଖରେ ଏକ ସଭା ମଞ୍ଚରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ତା ପରିଠାରୁ ଅହରନିଶି ଦଳପାଇଁ ଖଟି ଜିଲାରେ ପ୍ରଥମେ ଜନତା ଦଳ ପରେ ବିଜୁ ଜନତା ଦଳ (ବିଜେଡି)କୁ ସମୃଦ୍ଧ କରିପାରିଥିଲେ । ତାଙ୍କର ଉଦ୍ୟମ ବଳରେ ଦଳ ଜିଲାଟା ସାରା ଲୋକଙ୍କ ଆସ୍ତାଭାଜନ ହୋଇପାରିଥିଲା । ଜିଲାର ୩ଟି ଯାକ ବିଧାୟକ ପଦ ଦଳ କବଜାକୁ ଆଣିବାରେ ସେ ସମର୍ଥ ହୋଇପାରିଥିଲେ ଭାସ୍କର । ଜଣେ ଉତ୍ତମ ସଙ୍ଗଠକ ବୋଲି ଉତ୍ସାହିତ କରି ପ୍ରଥମେ ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ, ପରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବର୍ତ୍ତମାନ ଦକ୍ଷିଣ ଓଡିଶାରୁ ସେ ରାଜ୍ୟସଭା ସାଂସଦ ରୂପେ ପ୍ରତିନିଧିତ୍ୱ କରୁଛନ୍ତି । ତେବେ କ୍ରମ ବଦ୍ଧିତ ଦଳ ଏବଂ ସାଙ୍ଗଠନିକ କାର୍ଯ୍ୟ ଏକଲା ତୁଲାଇବା କଷ୍ଟ ହୋଇପଡିବାରୁୁ ର କାର୍ଯ୍ୟ ବିଭିନ୍ନ କାର୍ଯ୍ୟକୁ ଧିରେଧିରେ ବିକେନ୍ଦ୍ରିକରଣ କରିବା ଦ୍ୱାରା ରାୟଗଡା ଭଳି ଏକ ନିର୍ବାଚନ ମଣ୍ଡଳିରେ ଦଳ ଲୋକଙ୍କ ଆସ୍ଥା ହରାଇଛି ବୋଲି ଲୋକେ କହୁଛନ୍ତି । ଦଳ ବଢ଼ିବାରେ ଲାଗିଲା । ପର୍ଯ୍ୟାପ୍ତ କ୍ଷମତା ଆସି ପହଞ୍ଚିଲା ସତ କିନ୍ତୁ ଆରମ୍ଭରୁ ସାଧାରଣ ଜନତାଙ୍କ ନିକଟରେ ଥିବା ଦଳ ଧିରେଧିରେ ଲୋକଙ୍କ ଠାରୁ ଦୂରକୁ ଦୂରକୁ ଯିବାରେ ଲାଗିଲା । ଯାହାକି ବିଭିନ୍ନ ସମୟରେ ପଦକୁ ଆସିଥିବା ଦଳିୟ କନ୍ଦଳରୁ ସ୍ପଷ୍ଟ ହୋଇପାରିଛି ବୋଲି ସମର୍ଥକ ମାନେ କହୁଛନ୍ତି । ମୁଖ୍ୟତ କାଶୀପୁର ବ୍ଲକକୁ ନେଇ ଦଳରେ ରହିଥିବା ବିବାଦକୁ ତୁଲାଇ ପାରିନଥିବାରୁ ଏଭଳି ଦିନ ଦେଖିବାକୁ ପଡିଛି ବୋଲି ବିଜୁ ଜନତାଦଳର କାଶୀପୁରର କିଛି କର୍ମୀ କହିଛନ୍ତି । ଅପରପକ୍ଷରେ ସରଳ ଭାବମୂର୍ତ୍ତୀର ମଣିଷ ଲାଲବିହାରୀ ହିମିରିକା । ମଇଁଷି ଚରାଳିରୁ ମନ୍ତ୍ରୀ ହୋଇ ରାଜ୍ୟରେ ଉଦାହରଣର ପାତ୍ର ହୋଇପାରିଛନ୍ତି । କିନ୍ତୁ ପ୍ରାରମ୍ଭରେ ତାଙ୍କସହ ରହିଥିବା ଦଦରା ଏମ ୮୦ଗାଡ ଏବଂ ସେଥିରେ ବୁଲି ପ୍ରଚାର କରିବା ଭଳି ଶୁଭଚିନ୍ତକ ବର୍ତ୍ତମାନ ଆଉ ଲାଲବିହାରୀଙ୍କ ପାଖରେ ନାହାନ୍ତି ବୋଲି ଲାଲବିହାରୀଙ୍କୁ ଭଲପାଉଥିବା କେତେଜଣ ସମର୍ଥକ କହିଛନ୍ତି । ଶ୍ରମିକ ନେତାରୁ ୩ଥର ବିଧାୟକ ରୂପେ ନିର୍ବାଚିତ ହୋଇ ଉପବାଚସ୍ପତି, ମନ୍ତ୍ରୀ ଥିଲେ ସତ କିନ୍ତୁ ତାଙ୍କ ସରଳତାକୁ ବିଭିନ୍ନ ସମୟରେ ନେତା, କର୍ମୀ, ଅଧିକାରୀଙ୍କ ଅଣଦେଖା ସାଧାରଣ ଜନତାଙ୍କ ନିକଟରେ ଭୂଲ ବାର୍ତ୍ତା ଦେଇଛି । ଏପରିକି ସଭାସମିତିରେ ଜିଲାପାଳଙ୍କ ଠାରୁ ଆରମ୍ଭ କରି ଅଧିକାରୀଙ୍କୁ ଘଣ୍ଟାଘଣ୍ଟା ଅପେକ୍ଷା କରିବା ଜଣେ ପ୍ରତିନିଧିର ଭାବମୂର୍ତ୍ତିକୁ ଧିରେଧିରେ କ୍ଷୁର୍ଣ୍ଣ କରି ଆସୁଥିଲା ବୋଲି କୁହାକୁହି ହେଉଛନ୍ତି । ମୁଖ୍ୟତ କାଶୀପୁର ବ୍ଲକରେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ଠିକା କାର୍ଯ୍ୟ ବଣ୍ଟନ ପରିଚାଳନାକୁ ନେଇ କର୍ମୀ ମହଲରେ ଅସୋନ୍ତଷ ପ୍ରକାଶ ପାଇଥିଲା । ପଞ୍ଚାୟତ ପାଣ୍ଠିକୁ ମଧ୍ୟ ନିଜସ୍ୱ ପାଣ୍ଠିରୂପେ ହିମିରିକା ବ୍ୟବହାର କରି ଠିକାଦାର ମାଧ୍ୟମରେ ସମ୍ପାଦନ କରାଯାଉଥିବା ନେଇ ବିଧାୟକଙ୍କ ଘର ଆଗ ରାସ୍ତା ଉପରେ କର୍ମୀମାନେ ବସି ମଧ୍ୟାନଭୋଜନ ଖାଇ ପ୍ରତିବାଦ କରିଥିବା ଘଟଣା ଦଳକୁ ଦାଣ୍ଡରେ ପକାଇ ଦେଇଥିଲା । ଦେଖୁଦେଖୁ ଦଳଟା ଠିକାଦାରଙ୍କ ଦଳ ରୂପେ ପରିଚିତ ହୋଇଯାଇଥିଲା । ଏହାକୁ ନେଇ ରାୟଗଡା ଏବଂ କାଶୀପୁର ଦୁଇଭାଗ ହୋଇଯାଇଥିଲା । ଏପରିକି ଟିକିରି ଠାରେ ପ୍ରଚାର ବେଳେ ବିରୋଧାଭାଷ ମଧ୍ୟ ଶୁଣିବାକୁ ମିଳିଥିଲା । ପରିଣାମ ସ୍ୱରୁପ ଏହି ନିର୍ବାଚନରେ ସାରା କାଶୀପୁର ବ୍ଲକ ଏକାଠି ହେଇ ସ୍ୱାଧୀନ ପ୍ରାର୍ଥଙ୍କୁ ଜିତାଇବା ପାଇଁ ପଣକରି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ତେବେ କେହି ବୁଝିବା ପୂର୍ବରୁ ରାୟଗଡା ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳକୁ ଶକ୍ତ ଝଟକା ଲାଗିଛି । ତେବେ ଦଳର ବିନ୍ଧାଣି କୁହାଯାଉଥିବା ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ଏସମ୍ପର୍କରେ ମତଦେଇ କହିଛନ୍ତିଯେ ଜନାଦେଶକୁ ଗ୍ରହଣ କରିଛୁ । ରାୟଗଡା ବିଧାନସଭା କ୍ଷେତ୍ର ଏବଂ ଲୋକସଭା କ୍ଷେତ୍ରରେ ହୋଇଥିବା ବିଫଳତା ପାଇଁ ସମିକ୍ଷାର ଆବଶ୍ୟକତା ରହିଛି । କିଛି ଭୂଲତୃଟି ରହିଛି । ପରିଣାମ ସ୍ୱରୁପ ଏଭଳି ଜନଦେଶ ମିଳିଛି । ଲୋକମତକୁ ବିଜୁ ଜନତା ଦଳ ସର୍ବଦା ସମ୍ମାନ ଦେଇ ଆସିଛି । ଆଗାମୀ ଦିନରେ ବୁଥ ସ୍ତରୀୟ ତର୍ଜମା କରାଯିବ ବୋଲି ସାଂସଦ ରାଓ କହିଛନ୍ତି ।