OnaKhabar

ପାରିବାରିକ କଳହରୁ ଜଘନ୍ୟ କାଣ୍ଡ, ସ୍ତ୍ରୀକୁ ଗୋଡାଇ ଗୋଡାଇ ହାଣିଲା ସ୍ୱାମୀ

0 16

ଜଳେଶ୍ୱର: ରାଜ୍ୟରେ ପୁଣି ଏକ ଲଜ୍ଜ୍ୟଜନକ ଘଟଣା ଘଟିଥିବାର ସୂଚନା ମିଳିଛି |ଘରୋଇ କଳହ ଲାଗି ଜଣେ ସ୍ୱାମୀ ତାର ସ୍ତ୍ରୀକୁ ଗୋଡାଇ ଗୋଡାଇ ହାଣିଥିବାର ଅଭିଯୋଗ ହୋଇଛି | ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅଞ୍ଚଳରେ ଘଟିଥିବାର ସୂଚନା ମିଳିଛି | ସୂଚନାନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ସ୍ତ୍ରୀକୁ ସ୍ୱାମୀ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁଲିସ୍‌ ସ୍ୱାମୀ କମଳାକାନ୍ତଙ୍କୁ ଗିରଫ କରିଛି । ସନ୍ତୋଷଙ୍କ ଘର ପଶ୍ଚିମବଙ୍ଗ ରାମନଗରରେ।କମଳାକାନ୍ତ କମର୍ଦ୍ଦା ଅଞ୍ଚଳରେ ଏକ ଭଡ଼ା ଘରେ ପିତଳ ନିର୍ମିତ ସରଞ୍ଜାମ ଦୋକାନ କରନ୍ତି । ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ କମଳାକାନ୍ତ ନିଜ ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲେ। ସ୍ତ୍ରୀର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୁଲିସ୍‌କୁ ଖବର ଦେଇଥିଲେ। କମଳାକାନ୍ତ ଘଟଣାସ୍ଥଳୁ ଫେରାର ହୋଇଯାଇଥିଲା । ପରେ ରାତି ପ୍ରାୟ ୨ଟା ୩୦ ମିନିଟ୍‌ ସମୟରେ ପୁଲିସ୍‌ ସନ୍ତୋଷଙ୍କୁ ଗିରଫ କରିଥିଲା । ପରକ୍ରୀୟା ପ୍ରୀତି ଯୋଗୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ପୁଲିସ୍‌ ଘଟଣାର ତଦନ୍ତ କରୁଛି ।

https://www.onakhabar.com/2019/05/burning-man-story/

 

Leave A Reply

Your email address will not be published.