OnaKhabar

ଧର୍ମେନ୍ଦ୍ରଙ୍କୁ ପୁଣି ପେଟ୍ରୋଲିୟମ ସହ ଇସ୍ପାତ, ପ୍ରତାପଙ୍କୁ ମିଳିଲା ଏମଏସମି, ପ୍ରାଣୀ ଓ ମତ୍ସ୍ୟସମ୍ପଦ

67

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦ୍ୱିତୀୟ ଇନିଂସରେ ୫୭ ଜଣସଦସ୍ୟଙ୍କୁ ନେଇ ଆରମ୍ଭ କରିବାକୁ ଯାଉଛନ୍ତି । ସହଯୋଗୀମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରିଛନ୍ତି । ଏଥିରେ ଓଡ଼ିଶାର ସ୍ଥାନ ପାଇଥିବା ୨ ମନ୍ତ୍ରୀଙ୍କୁ ବିଭାଗ ମିଳିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପାଇବା ସହ ଇସ୍ପାତ ବିଭାଗର ଦାୟିତ୍ୱ ମଧ୍ୟ ଦିଆଯାଇଛି । ସେହିପରି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ଏମଏସମି, ପ୍ରାଣୀ ଓ ମତ୍ସ୍ୟସମ୍ପଦ ମନ୍ତ୍ରଣାଳୟ ଦାୟିତ୍ୱରେ ନିଯୁକ୍ତ କରାଯାଇଛି ।
କ୍ୟାବିନେଟ ମନ୍ତ୍ରୀ
୧. ରାଜନାଥ ସିଂ: ପ୍ରତିରକ୍ଷା
୨. ଅମିତ ଶାହ: ଗୃହ
୩. ନୀତିନ ଜୟରାମ ଗଡକରୀ: ସଡ଼କ ପରିବହନ ଓ ରାଜପଥ, ଏମଏସଏମଇ
୪. ଡି. ଭି ସଦାନନ୍ଦ ଗୌଡା : ସାର ଓ ରସାୟନ
୫. ନିର୍ମଲା ସୀତାରମଣ: ଅର୍ଥ କର୍ପୋରେଟ ବ୍ୟାପାର
୬. ରାମ ବିଲାସ ପାଶୱାନ: ଖାଦ୍ୟ ଯୋଗାଣ
୭. ନରେନ୍ଦ୍ର ସିଂ ତୋମାର: କୃଷି, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚୟତିରାଜ
୮. ରବି ଶଙ୍କର ପ୍ରସାଦ : ଆଇନ, ଯୋଗାଯୋଗ, ସୂଚନା ପ୍ରଯୁକ୍ତି
୯. ହରସିମରତ କୌର ବାଦଲ: ଖାଦ୍ୟ ପ୍ରକ୍ରୀୟାକରଣ, ଶିଳ୍ପ
୧୦. ଥାବର ଚାନ୍ଦ ଗେହଲଟ: ସାମାଜିକ ନ୍ୟାୟ ଓ ସଶକ୍ତିକରଣ
୧୧. ସୁବରମର୍ଣ୍ଣିୟମ ଜୟଶଙ୍କର: ବୈଦେଶିକ ବ୍ୟାପାର
୧୨. ରମେଶ ପୋଖରୀୟାଲ ନିିଶଙ୍କ: ମାନବସମ୍ବଳ ବିକାଶ
୧୩. ଅର୍ଜୁନ ମୁଣ୍ଡା : ଆଦିବାସୀ ବ୍ୟାପାର
୧୪. ସ୍ମୃତି ଜୁବେନ ଇରାନୀ: ମହିଳା ଓ ଶିଶୁ ବିକାଶ, ବୟନଶିଳ୍ପ
୧୫. ଡ. ହର୍ଷବର୍ଦ୍ଧନ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା
୧୬. ପ୍ରକାଶ କେଶବ ଜାଭେଡକର: ଜଙ୍ଗଲ ଓ ପରିବେଶ, ସୂଚନା ଓ ପ୍ରସାରଣ
୧୭. ପୀୟୁଷ ବେଦପ୍ରକାଶ ଗୋୟେଲ: ରେଳ, ବାଣିଜ୍ୟ ଓ ଶିଳ୍ପ
୧୮. ଧର୍ମେନ୍ଦ୍ର ପ୍ରଧାନ: ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଇସ୍ପାତ
୧୯. ମୁଖତାର ଆବାସ ନକଭି: ସଂଖ୍ୟାଲଘୁ
୨୦. ପ୍ରହଲାଦ ଯୋଶୀ: ସଂସଦୀୟ ବ୍ୟାପାର, କୋଇଲା ଓ ଖଣି
୨୧. ମହେନ୍ଦ୍ର ନାଥ ପାଣ୍ଡେ : ଦକ୍ଷତା ବିକାଶ ଓ ଉଦ୍ୟୋଗିକରଣ
୨୨. ଅରବିନ୍ଦ ଗଣପତ ସାୱାନ୍ତ : ଭାରିଶିଳ୍ପ ଓ ସାଧାରଣ ଉଦ୍ୟୋଗ
୨୩. ଗିରିରାଜ ସିଂହ: ପ୍ରାଣୀ ସମ୍ପଦ ଓ ମତ୍ସ୍ୟସମ୍ପଦ
୨୪. ଗଜେନ୍ଦ୍ର ସିଂହ ଶିଖାୱତ: ଜଳ ଓ ଶକ୍ତି

 ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ)

୧. ସନ୍ତୋଷ ଗଙ୍ଗୱାର: ଶ୍ରମ ଓ ନିୟୋଜନ
୨. ରାଓ ଇନ୍ଦ୍ରଜିତ୍‌ ସିଂହ : ଯୋଜନା, କାର୍ଯ୍ୟକ୍ରମ ଓ ପରିସଂଖ୍ୟାନ
୩. ଶ୍ରୀପଦ ୟସୋ ନାଏକ : ଆର୍ୟୁବେଦ, ଯୋଗ ଓ ହମିଓପାଥି
୪. ଜିତେନ୍ଦ୍ର ସିଂହ: ଉତ୍ତର-ପୂର୍ବ ବିକାଶ, ପିଏମ୍‌ଓ ଏବଂ ଆଣବିକ, ମହାକାଶ ଓ ଆଣବିକ ଶକ୍ତି ଏବଂ ପେନ୍‌ସନ୍‌
୫. କିରନ ରିଜଜୁ: କ୍ରୀଡ଼ା, ଯୁବ ଓ ସଂଖ୍ୟାଲଘୁ ବ୍ୟାପାର
୬.ପ୍ରହଲ୍ଲାଦ ସିଂହ ପଟେଲ: ସଂସ୍କୃତି ଓ ପର୍ଯ୍ୟଟନ
୭.ରାଜକୁମାର ସିଂହ : ନୂତନ ଓ ନବୀକରଣ ଯୋଗ୍ୟ ଶକ୍ତି
୮. ହରଦ୍ୱୀପ ସିଂହ ପୁରୀ: ଗୃହ ଓ ନଗର ବ୍ୟାପାର ଏବଂ ବେସାମରିକ ବିମାନ ଚଳାଚଳ, ଶିଳ୍ପ ଓ ବାଣିଜ୍ୟ
୯. ମନ୍‌ସୁକ୍‌ ମାଣ୍ଡଭ୍ୟ: ଜାହାଜ ଏବଂ ସାର ଓ ରସାୟନ

ରାଷ୍ଟ୍ରମନ୍ତ୍ରୀ
୧.ଫଗନ ସିଂହ କୁଲାସ୍ତେ : ଇସ୍ପାତ
୨. ଅଶ୍ୱିନୀ ଚୁବେ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
୩. ଅର୍ଜୁନ ରାମ ମେଘୱାଲ : ସଂସଦୀୟ ବ୍ୟାପାର ଏବଂ ଭାରୀ ଶିଳ୍ପ
୪. ଭି. କେ ସିଂହ : ସଡ଼କ ଓ ପରିବହନ ଏବଂ ଜାତୀୟ ରାଜପଥ
୫.କିଷନ ପାଲ : ସାମାଜିକ ନ୍ୟାୟ ଓ ସଶକ୍ତିକରଣ
୬. ଡନ୍‌ଭେ ଡଡାରାଓ: ଖାଉଟି କଲ୍ୟାଣ ଓ ଖାଦ୍ୟ, ଯୋଗାଣ ବିଭାଗ
୭. କିଷନ ରେଡ୍ଡୀ : ଗୃହ ମନ୍ତ୍ରାଳୟ
୮. ପାର୍ଶ୍ୱତମ୍‌ ରୂପାଲା : କୃଷି ଓ କୃଷକ ଉନ୍ନୟନ
୯. ରାମଦାସ ଅଠୱାଲେ : ସାମାଜିକ ନ୍ୟାୟ ଓ ସଶକ୍ତିକରଣ
୧୦. ସାଧ୍ୱବୀ ନିରଞ୍ଜନ ଜ୍ୟୋତି: ଗ୍ରାମ୍ୟ ଉନ୍ନୟନ
୧୧. ବାବୁଲ ସୁପ୍ରିୟୋ :ପରିବେଶ, ଜଙ୍ଗଲ ଏବଂ ପାଣିପାଗ ପରିବର୍ତ୍ତନ
୧୨. ସଞ୍ଜୀବ କୁମାର ବଲିୟାନ :ପଶୁ ସମ୍ପଦ, ଗୋ ପାଳନ ଓ ମତ୍ସ୍ୟ ସମ୍ପଦ
୧୩. ଧୋତ୍ରେ ସଂଜୟ ସାମରାଓ: ମାନବ ସମ୍ବଳ ବିକାଶ ଓ ଯୋଗାଯୋଗ ଏବଂ ପ୍ରଯୁକ୍ତି ବିଦ୍ୟା
୧୪. ଅନୁରାଗ ଠାକୁର : ଅର୍ଥ
୧୫: ଅନଗାଡି ଏସ୍‌ ଚନ୍ନାବସାପା : ରେଳ
୧୬. ନିତ୍ୟାନନ୍ଦ ରାୟ : ଗୃହ ମନ୍ତ୍ରାଳୟ
୧୭.ରତନଲାଲ କଟାରିୟା : ଜଳ ଶକ୍ତି, ସାମାଜିକ ନ୍ୟାୟ ଓ ସଶକ୍ତିକରଣ
୧୮. ଭି. ମୁରାଲୀ ଧରଣ : ବୈଦେଶିକ ବ୍ୟାପାର ଓ ସଂସଦୀୟ ବ୍ୟାପାର
୧୯. ରେଣୁକା ସିଂହ ସାରୁଟା : ଆଦିବାସୀ
୨୦. ସୋମ ପରକାଶ : ବାଣିଜ୍ୟ ଏବଂ ଶିଳ୍ପ
୨୧. ରାମେଶ୍ବର ତେଲି :ଖାଦ୍ୟ ପ୍ରକ୍ରିୟାକରଣ
୨୨. ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ : ଏମଏସଏମଇ, ମତ୍ସ୍ୟ, ପଶୁ ସମ୍ପଦ, ଗୋପାଳନ
୨୩. କୈଳାଶ ଚୌଧୁରୀ: କୃଷି ଏବଂ କୃଷକ କଲ୍ୟାଣ
୨୪. ଦେବଶ୍ରୀ ଚୌଧୁରୀ : ମହିଳା ଏବଂ ଶିଶୁ ବିକାଶ