OnaKhabar

ଦାମୀ ହିରୋଇନଙ୍କ ଦାମୀ ବ୍ୟାଗ

0 18

ମୁମ୍ୱାଇ: ବଲିଉଡର ଅଭିନେତ୍ରୀଙ୍କୁ ନେଇ ସର୍ବଦା ଚର୍ଚ୍ଚା ରହୁଥିବାର ଦେଖିବାକୁ ମଳେ | ତେବେ ସେ ତାଙ୍କ ପର୍ସାନାଲ ଲାଇଫକୁ ନେଇ ହେଉ ଅବା ପ୍ରଫେସନାଲ ଲାଇଫକୁ ନେଇ ଅବା ତାଙ୍କୁ ଡ୍ରେସିଙ୍ଗ ସେନ୍ସକୁ ନେଇ | ତେବେ ଆଜି ଆମେ ପଣଙ୍କୁ କହିବୁ ଯେ ବଲିଉଡ ହିରୋଇନ ମାନେ ବ୍ୟବାହର କରୁଥିବା ବ୍ୟାଗର ଦାମକୁ କେତେ | ତେବେ ଆସନ୍ତୁ ଜାଣିବା କେଉଁ ଅବିନେତ୍ରୀ କେତେ ଦାମିକୀୟା ବ୍ୟାନିଟି ବ୍ୟବହାର କରନ୍ତି….
1. କଙ୍ଗନା ରାଣାୱତ: ବଲିଉଡ଼ର କୁଇନ କଙ୍ଗନା ରାଣାୱତଙ୍କ ପାଖରେ ବିଭିନ୍ନ ବ୍ରାଣ୍ଡର ବ୍ୟାଗ୍‌ ଅଛି । କିଛିଦିନ ପୂର୍ବେ ସେ ‘Stella McCartny’ ବ୍ରାଣ୍ଡର ବ୍ୟାଗ୍‌ ସହ ସ୍ପଟ୍‌ ହୋଇଥିଲେ । ଏହାର ଦାମ ହେଉଛି ୭୧ ହଜାର ଟଙ୍କା। କେବଳ ଯେ, କୌଣସି ଫଙ୍କସନ୍‌ରେ ସେ ଦାମିକିଆ ବ୍ୟାଗ୍‌ ଧରନ୍ତି, ତାହା ନୁହେଁ, ଡେଲି ରୁଟିନରେ ମଧ୍ୟ ତାଙ୍କୁ ବହୁତ ଦାମିକିଆ ବ୍ୟାଗ୍‌ ସହ ସ୍ପଟ୍‌ କରାଯାଏ । କଙ୍ଗନା ଆଉଟିଂ ସମୟରେ ଅଧିକାଂଶ ସମୟରେ ‘CHRISTIAN DIOR PR’ ବ୍ରାଣ୍ଡର ଏକ ବ୍ୟାଗ୍‌ ଧରିଥାନ୍ତି । ଏହାର ଦାମ୍‌ ହେଉଛି ୩ ଲକ୍ଷ ୧୦ ହଜାର ଟଙ୍କା । ବଲିଉଡ଼ର କୁଇନ କଙ୍ଗନା ରାଣାୱତଙ୍କ ପାଖରେ ବିଭିନ୍ନ ବ୍ରାଣ୍ଡର ବ୍ୟାଗ୍‌ ଅଛି ।
2. ପ୍ରିୟଙ୍କା ଚୋପ୍ରା: କିଛି ଦିନ ପୂର୍ବେ ଦେଶୀ ଗାର୍ଲ ପ୍ରିୟଙ୍କା ନିଜ ବିଦେଶୀ ବର ନିକ୍‌ଙ୍କ ସହ ଏକ ଫଙ୍କସନ୍‌ରେ ସ୍ପଟ୍‌ ହୋଇଥିଲେ । ଏହି ସମୟରେ ସେ ଏକ ଛୋଟ ଫିଦର ବ୍ୟାଗ୍‌ ଧରିଥିଲେ । ଏହା ଦେଖିବାକୁ ଛୋଟ ହୋଇଥିଲେ ମଧ୍ୟ ଏହାର ଦାମ୍‌ ଢେର ଅଧିକ । ଏହାର ଦାମ ଥିଲା ୨ ଲକ୍ଷ ୫୧ ହଜାର ଟଙ୍କା।
3. ଦୀପିକା ପାଦୁକୋନ: ବି-ଟାଉନର ମସ୍ତାନୀ ଦୀପିକା ପାଦୁକୋନ ବି ଆଉଟିଂ କିମ୍ୱା ପାର୍ଟିକୁ ଗଲେ ଲକ୍ଷେ ଟଙ୍କାର କମ୍‌ ବ୍ୟାଗ୍‌ ଧରିବାର କେବେ ନଜର ଆସନ୍ତି ନାହିଁ । ଦୀପିକାଙ୍କ ବ୍ୟାଗ୍‌ ଅଧିକାଂଶ ସମୟରେ ତାଙ୍କ ଆଉଟଫିଟ୍‌କୁ ମ୍ୟାଚ କରିଥାଏ । ଦୀପିକାଙ୍କ ନିକଟରେ ‘Celine Phantom’ ବ୍ରାଣ୍ଡର ବ୍ୟାଗ୍‌ ଅଛି, ଯାହାର ଦାମ୍‌ ହେଉଛି ୧, ୧୬,୩୫୦ ଟଙ୍କା । ସେହିପରି ତାଙ୍କ ନିକଟରେ ଫ୍ୟାଶନ କମ୍ପାନୀ Chanel ଓ Ows ପରି କମ୍ପାନୀର ବ୍ୟାଗ୍‌ ରହିଛି ଯାହାର ଦାମ ୨,୯୦,୦୦୦ ଟଙ୍କା ।

Leave A Reply

Your email address will not be published.