OnaKhabar

ଅଳ୍ପକେ ବର୍ତ୍ତିଲା ଶହଶହ ଜୀବନ,ଶୀତଳ ଭଣ୍ଡାରରୁ ଗ୍ୟାସ ଲିକ ହେବାରୁ ଘର ଛାଡ଼ି ପଳାଇଲେ ଗ୍ରାମବାସୀ …

49

କିଶନନଗର: ଏକ ବହୁତ ବଡ ଅଘଟଣରୁ ବର୍ତ୍ତିଲା ଅନେକ ସାଧାରଣ ଜୀବନ । ଶୀତଳ ଭଣ୍ଡାର ଗ୍ୟାସ ଲିକ ହେବା ଖବର ପ୍ରକାଶ ପାଇବା ପରେ ଲୋକେ ଅତର୍କିତ ହୋଇ ଘରୁ ଚାଡି ପଳାଇଥିବା ସୂଚନା ମିଳିଛି । ଏପରି ଅଭାବନୀୟ ଘଟଣା କିଶୋରନଗରର ବିଶ୍ୱାଳପଡ଼ାଠାରେ ଘଟିଛି । ଏକ ନିର୍ମାଣଧୀନ ଶୀତଳ ଭଣ୍ଡାରରୁ ଗତକାଲି ରାତି ୯ଟାରେ ଗ୍ୟାସ ଲିକ ହେବାରୁ ଲୋକଙ୍କ ଆଖି ଓ ନାକ ପୋଡ଼ିବାରୁ ଆଖପାଖ ଗାଁର ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି । ଭୟରେ ତିନୋଟି ଗାଁର ଲୋକେ ଘର ଛାଡ଼ି କିଶନନଗର ବଜାର ଓ ମହାନଦୀ ବନ୍ଧକୁ ପଳାଇଛନ୍ତି ।
ଘଟଣାରୁ ପ୍ରକାଶ, କିଶୋରନଗର ବିଶ୍ୱାଳପଡ଼ା ଠାରେ ଏକ ଘରୋଇ ଶୀତଳ ଭଣ୍ଡାର ନିର୍ମାଣ କରାଯାଉଛି । ଶୀତଳ ଭଣ୍ଡାରରୁ ହଠାତ ଆମୋନିଆ ଗ୍ୟାସ ଲିକ ହୋଇଥିଲା । ଅଳ୍ପ ସମୟ ଭିତରେ ଗ୍ୟାସର ପ୍ରଭାବ ବିଶ୍ୱାଳପଡ଼ା, ସାମନ୍ତରାପୁର ଓ ବାଲିଶୁକ୍ରି ପ୍ରଭାବିତ ଆଖପାଖ ଗାଁରେ ଅନୁଭୁତ ହୋଇଥିଲା । ଲୋକଙ୍କ ଆଖି ଓ ନାକ ପୋଡ଼ିବା ଆରମ୍ଭ ହୋଇଥିଲା । ଶୀତଳ ଭଣ୍ଡାରରେ ଗ୍ୟାସ ଲିକ ହୋଇଥିବା କଥା ଶୁଣିବା କ୍ଷଣି ଗାଁ ଲୋକେ ଘର ଦ୍ୱାର ଛାଡ଼ି ପଳାଇ ଯାଇଥିଲେ । ଖବର ପାଇ କିଶନନଗର ପୁଲିସ ଓ ଅଗ୍ନିଶମ ବାହିନୀକୁ ଘଟଣାସ୍ଥଳକୁ ପଠାଇ ପ୍ରକୃତ ସ୍ଥିତିର ଯାଚଂ କରୁଛି । ଗ୍ୟାସ କେମିତି କେଉଁଠାରୁ ଲିକ ହେଲା ସେ ସମ୍ପର୍କରେ ସଠିକ ଖବର ମିଳି ନଥିଲେ ବି ଶୀତଳ ଭଣ୍ଡାର ଭିତର ସଫା କରାଯାଉଥିବା ବେଳେ ଗ୍ୟାସ ଲିକ ହୋଇଥିବା କୁହାଯାଉଛି । ଏହାକୁ ନେଇ ଗାଁ ଛାଡ଼ି ଥିବା ଲୋକଙ୍କ ଭିତରେ ଉତ୍ତେଜନା ଦେଖାଦେଇଛି ଓ ମନରେ ଭୟ ମଧ୍ୟ ଦେଖାଦେଇଛି ।

https://www.onakhabar.com/2019/05/after-orangutan-nandankanan-zoo-loses-a-nilgiri-langur/