OnaKhabar

ପୁଣି ସାମନାକୁ ଆସିଲା ଦାଦନ ଦୁଃଖ, ଘରକୁ ଫେରିବାକୁ ସରକାରଙ୍କୁ କଲେ ଗୁହାରି ….

0 9

ନୟାଗଡ଼: ରାଜ୍ୟକୁ ପୁଣି ସାମନାକୁ ଆସିଲା ଦାଦନ ଦୁଃଖ । ପରିବାର ପୋଷଣ ପାଇଁ ଯାଇ ଦୁବାଇରେ ଫସି ରହିଛନ୍ତି ନୟାଗଡ଼ ଜିଲ୍ଲାର ୧୦ ଦାଦନ ଶ୍ରମିକ । ଦୀର୍ଘ, ଏଗାରମାସ ହେଲା ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ପରିବାର ଲୋକେ ସରକାରଙ୍କ ପାଖରେ ନେହୁରା ହୋଇଛନ୍ତି । ନୟାଗଡ଼ ଜିଲ୍ଲା ଗୋଡ଼ିପଡ଼ା କୁରୁଡାଙ୍ଗିର ୨ ଜଣ ଶ୍ରମିକ ପ୍ରକାଶ ମହାରଣା ଓ ଗୁମାନ ମହାରଣାଙ୍କୁ ଦଲାଲ ଅନିଲ ସ୍ୱାଇଁ ଅନ୍ୟ ଅଞ୍ଚଳର ୮ ଶ୍ରମିକଙ୍କ ସହ ଦୁବାଇ ନେଇ ଚାକିରି କରାଇ ଦେଇଥିଲେ । ମାସିକ ୩୫ ହଜାର ଟଙ୍କା ଦେବାକୁ କଥା ହୋଇଥିଲା । ହେଲେ ଦରମା ଦେବା ବଦଳରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ପାଖରେ ପଇସା ନ ଥିବାରୁ ଘରକୁ ଫେରି ପାରୁନାହାନ୍ତି ଏହି ଶ୍ରମିକ ।ସେମାନଙ୍କୁ ଉଦ୍ଧାର କରିବା ଲାଗି ଶ୍ରମିକମାନେ ‌ଆକୁଳ ନିବେଦନ କରି ଏକ ଭିଡିଓ ସୋଶାଲ୍ ମିଡିଆରେ ଛାଡ଼ିଛନ୍ତି । ଏହି ଭିଡିଓ ଦେଖି ପରିବାର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଶ୍ରମିକଙ୍କ ସଂପର୍କୀୟ କହିଛନ୍ତି,ପିଲାମାନଙ୍କୁ ମାସିକ ୩୫ ହଜାର ଟଙ୍କା ମିଳିବ ବୋଲି ଦଲାଲ କହି ନେଇଥିଲା । ହେଲେ ସେଠାରେ ସେମାନଙ୍କୁ ନିର୍ଯାତନା ଦିଆଯାଉଛି । ଖାଇବାକୁ ଦିଆଯାଉ ନାହିଁ । ଦରମା ବି ମିଳୁନାହିଁ । ମାସେ ହେଲା ପିଲାମାନେ ଘରକୁ ଫୋନ୍ କରି ନାହାନ୍ତି ।

https://www.onakhabar.com/2019/05/around-20-migrant-labours-rescued-from-rayagada-railway-station/

Leave A Reply

Your email address will not be published.