OnaKhabar

ପୋଲ ତଳକୁ ଖସିଲା ଟ୍ରାକ୍ଟର , ଡ୍ରାଇଭର ମୃତ

0 12

ଜଗତସିଂହପୁର: ରାଜ୍ୟରେ ପୁଣି ଏକ ଦୁଃଖଦ ଘଟଣା ଘଟିଛି । ଜଗତସିଂପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ହଂସୁଆ ପୋଲରେ ଏକ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଆରହତ ହୋଇଛନ୍ତି । ମୃତକ ହେଲେ ଗେପାଳପୁଚର ଗାଁର ବୁବୁ ଜେନା ଓ ଆହାତ ଜଣଙ୍କ ନାମ ସାନୁ ଜେନା ।
ସୂଚନାରୁ ପ୍ରକାଶ, ସାନୁ ଡ୍ରାଇଭରର ଅନୁପସ୍ଥିତରେ ତା’ର ଜଣେ ସମ୍ପର୍କୀୟ ବୁବୁ ସହିତ ଉକ୍ତ ଟ୍ରାକ୍ଟରକୁ ନେଇ ଘରକୁ ଫେରୁଥିଲେ । ଗତକାଲି ବିଳମ୍ବିତ ରାତିରେ ହଂସୁଆ ପୋଲ ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଉଭୟ ସାନୁ ଓ ବୁବୁଙ୍କୁ ଜଗତସିଂପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ବୁବୁର ମୃତ ଘଟିଥିଲା । ସାନୁଙ୍କ ପାଖରେ ଲାଇସେନ୍ସ ନ ଥିବା ଜଣାପଡ଼ିଛି । ସାନୁକୁ ଜଗତସିଂପୁର ସଦର ଥାନାରେ ଅଟକ ରଖାଯାଇଛି ।

https://www.onakhabar.com/2019/05/burning-man-story/

Leave A Reply

Your email address will not be published.