OnaKhabar

ଚଳନ୍ତା ଗାଡିରେ ଯୁବକଙ୍କୁ ଜାଳି ଦେଲେ ଦୃର୍ବୁତ୍ତ

0 19

ଭୁବନେଶ୍ୱର: ରାଜ୍ୟରେ ଅତି ଅମାନୁଷିକ ଘଟଣା ଘଟିଥିବାର ସୂଚନା ମିଳିଛି । ଜଣେ ୟୁବକକୁ ଚଳନା ବାଇକରେ ଜାଳି ଦେଇଥିବା ସୂଚନା ମିଳିଛି । ଏପରି ଅଭାବନୀୟ ଘଟଣା ଫୁଲବାଣୀ ଜିଲ୍ଲା ଖଜୁରୀପଦା ଥାନା ଗଡିଆପଡାରେ ଘଟିଥିବାର ଜଣା ପଡିଛି । ସୂଚନାନୁସାରେ ଦୁଇ ଦୃର୍ବୁତ୍ତ ଜଣେ ଯୁବକଙ୍କୁ ଚଳନ୍ତା ଗାଡି ଉପରକୁ ପ୍ରଥମେ ପେଟ୍ରୋଲ ଢାଳି ଥିଲେ । ଭୟରେ ଯୁବକ ଜଣଙ୍କ ଗାଡି ସ୍ପିଡ ଚଳାଇଥିଲେ ମଧ୍ୟ କିନ୍ତୁ ଦୃର୍ବୁତ୍ତମାନେ ତାଙ୍କୁ ନିଜ ଆୟତ୍ତକୁ ଆଣି ତାଙ୍କୁ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ । ଫଳରେ ୟୁବକ ଜଣଙ୍କ ନିଆଁ ଲାଗି ଯିବା ଫଳରେ ଗାଡିରୁ ପଡିଯାିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଥିବାର ସୂଚନା ମିଳିଛି ।
ତେବେ ଏପରି ଲୋମହଂସକାରୀ ଘଟଣା କରିଥିବା ଦୃର୍ବୁତ୍ତଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ ଗିରଫ କରିବାରେ ଅସଫଳ ଥିବା ସୂଚନା ମିଳିଛି ।

https://www.onakhabar.com/2019/05/failure-love-story-at-bolangir/

Leave A Reply

Your email address will not be published.