OnaKhabar

ଲଣ୍ଡନରେ ସୋନମ

0 1

ସୋନମ୍ କାପୁର ତାଙ୍କର ପୂରା ପରିବାର ସହିତ ତାଙ୍କ କଜିନଙ୍କ ବିବାହ ପାଇଁ ଲଣ୍ଡନ ଯାଇଛନ୍ତି । ସୋନମ୍ କାପୁରଙ୍କ କଜିନ୍ ପ୍ରିୟା ସିଂହ ଓ ରଣବୀର ବାତ୍ରାଙ୍କର ବିବାହ ହେଉଛି । ସୋନାମ ତାଙ୍କ ସୋସିଆଲ୍ ମିଡ଼ିଆରେ ପୂରା ପରିବାରର ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଗୋଟେ ଜିନିଷ ସବୁଠାରୁ ଖାସ୍ ତାହା ହେଉଛି ରିଆ କାପୁର ତାଙ୍କର ବୟଫ୍ରେଣ୍ଡ କରନ୍ ବୁଲାନୀଙ୍କ ସହିତ ନଜର ଆସୁଛନ୍ତି । ସୋନମଙ୍କ ସହିତ ତାଙ୍କର ମା ସୁନୀତା କାପୁର ଓ ଭଉଣୀ ରିୟା କପୁର୍ ବିବାହ ସମ୍ପର୍କୀୟ ଫଟୋ ମଧ୍ୟ ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି । ଫେସନ୍ ଆଇକନ୍ସୋ ନମ୍ କାପୁର ଇନ୍ଷ୍ଟାଗ୍ରାମରେ ଲେଖିଛନ୍ତି ସୋନମ୍
କାପୁର ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ତାଙ୍କ ବ୍ୟତୀତ ଅନୀଲ୍ କପୁର, ସୁନୀତା କପୁର, ରିୟା କାପୁର, ନବ ବିବାହିତା ବଧୂ ପ୍ରିୟା ସିଂହ ଓ ନବ ବିବାହିତ ରଣବୀର ବତ୍ରାଙ୍କ ସହିତ ପରିବାରର ଅନ୍ୟ ଲୋକମାନେ ମଧ୍ୟ ଅଛନ୍ତି । ସେ ଏହି ଯୋଡ଼ିକୁ ଶୁଭେଚ୍ଛା ଜଣାଇଛନ୍ତି । ଫଟୋରେ ସମସ୍ତେ ମସ୍ତି କରିବା ମୁଡ଼୍ରେ ଥିବାର ଦେଖାଯାଉଛନ୍ତି । ଏହା ସହିତ ଅନ୍ୟ ଏକ
ଖବର ହେଲା ଯେ ଏହି ମାସ ୮ ତାରିଖରେ ସୋନମ୍କ ପୁର ଓ ଆନନ୍ଦ ଆହୁଜା ତାଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରିଛନ୍ତି ।

Leave A Reply

Your email address will not be published.