OnaKhabar

ନବୀନଙ୍କ ଦୃଢୋକ୍ତି: ଓଡିଶାରେ ଦାରିଦ୍ର‌୍ୟ ଲୀନ ହେବ, ବିଶ୍ୱରେ ଚମକିବ

0 36

ଭୁବନେଶ୍ୱର: ପ୍ରଥମ ମନ୍ତ୍ରୀପରିଷଦ ବୈଠକରେ ସହେଯାଗୀମାନଙ୍କୁ ଉଦବୋଧନ ଦେଇ ନବୀନ ଯେଉଁ ଘୋଷଣା କରିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି । ଏକ ସଶକ୍ତ ଓଡିଶା ଗଠନ ହେବ ଯେଉଁଠାରେ ଦାରିଦ୍ର‌୍ୟ ଅତୀତ ପୃଷ୍ଠାରେ ଲୀନ ହୋଇଯିବ ଏବଂ ସାରା ବିଶ୍ୱକୁ ଓଡିଶା ଚମକାଇବ । ନବୀନଙ୍କ ଏହି ଦୃଢୋକ୍ତି ଏବେ ଚର୍ଚ୍ଚାର ବିଷୟ ହୋଇଛି । ପଞ୍ଚମ ଥର ପାଇଁ କ୍ଷମତା ଦଖଲ କରିବା ପରେ ପ୍ରଥମ ମନ୍ତ୍ରୀ ପରିଷଦ ବୈଠକରେ ସହଯୋଗୀମାନଙ୍କୁ ଗୁରୁମନ୍ତ୍ର ଦେଇ ନବୀନ ଯେଉଁ ଦୁଢୋକ୍ତି ପ୍ରକାଶ କରିଛନ୍ତି ତାହା ସବୁଠାରୁ ପ୍ରାଣୀଧାନୀ ଯୋଗ୍ୟ । ଏ ପାଳିରେ ନବୀନ ଏକ ନୂଆ ଓଡିଶା ଗଠନ ପାଇଁ ଶପଥ ନେଇଛନ୍ତି । ଏକ ସଶକ୍ତ ଓଡିଶା ଗଠନ କରିବେ, ଯେଉଁଠାରେ ଦାରିଦ୍ର‌୍ୟ ବିଲୋପ ହୋଇଯିବ । ମହିଳାମାନେ ବିକାଶ ଓ ଅଭିବୃଦ୍ଧିରେ ସମାନ ଭାଗୀଦାର ହେବେ । ସମସ୍ତ ଦୃର୍ବଳ ବର୍ଗର ଲୋକମାନେ ବିକାଶ ଦୃଷ୍ୟପଟରେ ସାମିଲ ହେବେ । ଯୁବକମାନଙ୍କ ସ୍ୱପ୍ନ ସଫଳ ରୂପାୟନ ହୋଇପାରେ ବୋଲି ନବୀନ କହିଛନ୍ତି । ନବୀନ ପୂର୍ବରୁ “ଥ୍ରି ଟି” ମନ୍ତ୍ର ଯୋଡିଥିଲେ । ଏବେ ସେଥିରେ ଆଉ ଦୁଇଟି ‘ଟି’ ଯୋଡିଛନ୍ତି । ଏଥିରେ ଟି- ଟ୍ରାନ୍ସଫରମେସନ ଓ ଟାଇମ ଯୋଡିଛନ୍ତି । ପୂର୍ବରୁ ଟି- ଟିମ ଓ୍ବାର୍କ, ଟ୍ରାନ୍ସଫରେନ୍ସି ଓ ଟେକନୋଲୋଜି ।
ନବୀନ କହିଛନ୍ତି, ଆମେ ଏବେ ପରିବର୍ତ୍ତନ ଆଡକୁ ଗତି କରୁଛୁ । ସମୟ ହେଉଛି ଏକ ମହତ୍ତ୍ୱପୂର୍ଣ୍ଣ ଦିଗ । ଆମର ଯୁବକମାନେ ଆଜି ସବୁକିଛି ତୁରନ୍ତ କରିବାକୁ ଚାହୁଁଛନ୍ତି । ଯଦି ଆମେ ବାତ୍ୟା ଫନିର ସୁପରିଚାଳନା ପାଇଁ ଆନ୍ତର୍ଜାତୀୟ ମାନ୍ୟତା ପାଇଲୁ ତେବେ ଏହାର କାରଣ ହେଉଛି ଉଚିତ ସମୟରେ ଜନସାଧାରଣଙ୍କର ସ୍ଥାନାନ୍ତର । ଯଦି ଆମେ ମାତ୍ର ୯୦ ଦିନ ମଧ୍ୟରେ ଏସିଆନ ଆଥଲେଟିକ ଚାମ୍ପିଆନସିପ କରିପାରିଲୁ , ଯଦି ଆମେ ୩୦ ଲକ୍ଷ ମହିଳାଙ୍କୁ ମିଶନ ଶକ୍ତିରେ ସାମିଲ କରିପାରିଲୁ, ଯଦି ଆମେ ୧୫ ଦିନ ମଧ୍ୟରେ କାଳିଆ ଭଳି ଐତିହାସିକ ଯୋଜନା ଆରମ୍ଭ କରିପାରିଲୁ, ଯଦି ମାତ୍ର ୩୦ ଦିନ ମଧ୍ୟେରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରି କରି ପ୍ରାୟ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମରେ ସାମିଲ କରିପାରିଲୁ ତେବେ ଆମର ସବୁ କାର୍ଯ୍ୟକ୍ରମରେ ଏପରି ଗତିଶୀଳତା ଜରୁରୀ । ଜନସାଧାରଣ ଆମଠାରୁ ଏପରି ଗତିଶୀଳ ପ୍ରଶାସନିକ ମଡେଲ ଆଶା କରନ୍ତି । ଆଜି ଠାରୁ ଇସ୍ତାହାରକୁ ନୀତିଗତ ଭାବେ ସରକାରଙ୍କ ପ୍ରାଥମିକତାରେ ରହିବ । ଆଜି ଠାରୁ ଠିକ ୩୬୫ ଦିନ ପରେ ୨୦୨୦ ମଇ ୨୯ ତାରିଖ ଦିନ ଆମେ ଲୋକଙ୍କୁ ଦେଇଥିବା ଆମ ପ୍ରତିଶୃତି ଓ ଏହାର ରୂପାୟନ ସମ୍ପର୍କରେ ଲୋକଙ୍କ ପାଖରେ ଉପସ୍ଥାପିତ କରିବୁ । ପ୍ରତିଶୃତି ପାଳନ କରିବାକୁ ସମୟ ଲାଗେ । କିନ୍ତୁ ମନ୍ତ୍ରୀପଦ ସଦସ୍ୟାମାନେ ପ୍ରତିଶୃତି ଗୁଡିକ ସଫଳ ରୂପାୟନ ପାଇଁ ନିଜର ଶ୍ରେଷ୍ଠ ଉଦ୍ୟମ କରନ୍ତୁ । ଆମେ ସମସ୍ତେ ପରିବର୍ତ୍ତନ ଉପରେ ଧ୍ୟାନ ରଖି ନୂଆ ଓଡିଶା ଗଠନ ପାଇଁ ଉଦ୍ୟମ କରିବା ପାଇଁ ନବୀନ ସହେଯାଗୀମାନଙ୍କୁ ଆହ୍ୱାନ ଦେଇଛନ୍ତି ।

https://www.onakhabar.com/2019/05/naveen-declaired-money-for-kalia-yojana-in-first-cabinet-meeting/

Leave A Reply

Your email address will not be published.