OnaKhabar

ମାତ୍ର ୫୦ଟଙ୍କା ଲାଗି ସ୍ତ୍ରୀକୁ ହତ୍ୟା କରି ଫେରାର ହେଲା ସ୍ୱାମୀ

0 26

କେନ୍ଦ୍ରାପଡ଼ା: ମାତ୍ର ୫୦ ଟଙ୍କା ଲାଗି ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ | ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଗୋପାଳପୁର ଗ୍ରାମରେ ଘଟିଥିବାର ସୂଚନା ମିଳିଛି | ମଦ ପାଇଁ ୫୦ ଟଙ୍କା ନ ଦେବାରୁ ବାବୁଲି ସୁତାର ଓରଫ ମୁନା ତା’ର ପତ୍ନୀ ବାସନ୍ତୀଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଛି । ସୂଚନାନୁଯାୟୀ, ବାବୁଲି ମଦ ପିଇବା ଲାଗି ସ୍ତ୍ରୀ ବାସନ୍ତୀଙ୍କୁ ୫୦ ଟଙ୍କା ମାଗିଥିଲା । କିନ୍ତୁ ବାସନ୍ତୀ ମଦ ପିଇବା ପାଇଁ ଟଙ୍କା ଦେଇ ନଥିଲେ । ଏହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ଉଗ୍ରରୂପ ନେବା ପରେ ବାବୁଲି କାଠ ଫାଳିଆରେ ବାଡ଼େଇ ବାଡ଼େଇ ମାରିଦେଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ବାସନ୍ତୀଙ୍କୁ ଘରେ ତାଲା ପକାଇ ବାବୁଲି ନିଜର ଦୁଇ ଛୋଟ ଝିଅଙ୍କୁ ଘରୁ ବାହାର କରି ଖସିଯିବାକୁ ଉଦ୍ୟମ କରିଥିଲା । ପରେ ମହାକାଳପଡା ପୁଲିସ ତାକୁ ପିଛା କରି ମାର୍ଶାଘାଇ ଅଂଚଳରୁ ଗିରଫ କରିବାରେ ସକ୍ଷମ ହୋଇଛି । ଗ୍ରାମବାସୀଙ୍କ ଉପସ୍ଥିତିରେ ପୁଲିସ ତାଲା ଭାଙ୍ଗି ଘର ଭିତରୁ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

https://www.onakhabar.com/2019/05/husband-killed-his-wife-at-kendrapada/

Leave A Reply

Your email address will not be published.