OnaKhabar

ଅମର ଶତପଥୀ ହେଲେ କାମଚଳା ବାଚସ୍ପତି

35

ଭୁବନେଶ୍ୱର: କାମଚଳା ବାଚସ୍ପତି ଭାବେ ବିଜେଡିର ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ବଛାଯାଇଛି । ସେ ନୂତନ ଭାବେ ନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଇବେ । ଶ୍ରୀ ଶତପଥୀ ଷଷ୍ଠଥର ପାଇଁ ନିର୍ବାଚିତ ହୋଇଛନ୍ତି । ବିଧାନସଭାରେ ଜଣେ ବରିଷ୍ଠ ବିଧାୟକ । ଏଣୁ ତାଙ୍କୁ ବରିଷ୍ଠତା ଦୃଷ୍ଟିରୁ କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ନିର୍ବାହ କରିବାକୁ ଦିଆଯାଇଛି । ଗତ ସରକାରରେ ଶ୍ରୀ ଶତପଥୀ ସରକାରୀ ଦଳର ମୁଖ୍ୟ ସଚେତକ ଥିଲେ । କିନ୍ତୁ ବିଧିବଦ୍ଧ ଭାବେ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ହେବେ ବୋଲି ନିଷ୍ପତ୍ତି ହୋଇଛି ।

https://www.onakhabar.com/2019/05/portfolio-distributed-to-the-ministers/