OnaKhabar

ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ଆମ୍ୱୁଲାନ୍ସ, ରୋଗୀଙ୍କ ସମେତ ତିନି ଗୁରୁତର

0 16

ସୋର: ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣାର ସଂଖ୍ୟା ଜୋରସୋରରେ ବୃଦ୍ଧି ପାଉଥିବା ବେଳେ କିନ୍ତୁ ଲୋକଙ୍କ ବେପରୁଆ ଡ୍ରାଇଭିଂରେ ପରିବର୍ତ୍ତନର ନା ବଦଳୁ ନାହିଁ | ଏହି ପରିପେକ୍ଷରେ ପୁଣି ଆଜି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୧୬ ନମ୍ୱର ଜାତୀୟ ରାଜପଥ ବରଫ କଳ ଛକ ନିକଟରେ ଏକ ପଥର ବୋଝେଇ ଟ୍ରକ୍‌କୁ ପଛରୁ ଆମ୍ୱୁଲାନ୍ସ ଧକ୍କା ଦେଇଥିବାର ସୂଚନା ମିଳିଛି | ଏଥିରେ ଜଣେ ରୋଗୀଙ୍କ ସମେତ ୩ ଜଣ ଗୁରୁତର ହୋଇଥିବାର ଜଣାପଡିଛି | ଆହତମାନଙ୍କୁ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ବାଲେଶ୍ୱର ମୁଖ୍ୟ  ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆହତମାନେ ହେଲେ ବାସୁ ମଣ୍ଡଳ, ନିମାଇ ମୁନିଆ, ଚନ୍ଦନ ମଣ୍ଡଳ, ଶ୍ରୀମନ୍ତ ଦାସ ମହାପାତ୍ର ।

ଭୁବନେଶ୍ୱର କଳିଙ୍ଗ ହସପିଟାଲରୁ  ଜଣେ ହୃଦ୍‌ରୋଗୀ ଡିସ୍‌ଚାର୍ଜ ହୋଇ ଆମ୍ୱୁଲାନ୍ସରେ ତାଙ୍କ ଘର ପୂର୍ବ ମେଦିନପୁରକୁ ଯାଉଥିଲେ । ଏହି ସମୟରେ ସୋର ନିକଟସ୍ଥ ବରଫ କଳ ଛକ ନିକଟରେ ଏକ ପଥର ବୋଝେଇ ଟ୍ରକ୍‌କୁ ପଛପଟେ ପିଟି ହୋଇଥିଲା ଆମ୍ବୁଲାନ୍ସ । ଫଳରେ ଏହିପରି ଦୁର୍ଘଟଣା ହୋଇଥିବାର ସୂଚନା ମିଳିଛି |

https://www.onakhabar.com/2019/05/bike-accident-2-dead-3-injuired/

Leave A Reply

Your email address will not be published.