OnaKhabar

ବାଲ୍ୟବିବାହକୁ ରୋକିବା ପଡିଲା ମହଙ୍ଗା, ପୁଲିସ ଗାଡି ଭାଙ୍ଗିବା ସହ ପୁଲିସଙ୍କୁ ଘେରିଲେ ଗ୍ରାମବାସୀ

0 9

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ପ୍ରଶାସନର ବ୍ୟବସ୍ଥା ପୂରା ଢିଲା ହୋଇଯାଇଥିବାର ଦେଖିବାକୁ ମିଳୁଛି | ଫଳରେ ରାଜ୍ୟରେ ପୁଲିସକୁ ଅପରାଧୀ କିମ୍ବା ଦୁଷ୍କର୍ମକାରୀ ଡରୁ ନାହାନ୍ତି | ରାତି ପାହିଲେ ଗୋଟେ ପରେ ଗୋଟି ଲଜ୍ଜ୍ୟଜନକ କାଣ୍ଡ ଘଟୁଛି | ଏହି ପରିପେକ୍ଷରେ ଆଜି ପୁଣି ପୁଲିସକୁ ହଟାହଟ ହୋଇଥିବାର ଦେଖିବାକୁ ମିଳୁଛି | ବାଲ୍ୟବିବାହ ରୋକିବାକୁ ଯାଇ ଏହି ହଟହଟାର ସାମନା କରିବାକୁ ପଡିଥିବାର ସୂଚନା ମିଳିଛି | ଗ୍ରାମବାସୀ ପିସିଆର ଭ୍ୟାନକୁ ଭଙ୍ଗାରୁଜା କରିବା ସହ ପୁଅ ଝିଅଙ୍କୁ ଛଡାଇ ନେଇଥିବା ଜଣା ପଡ଼ିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଚୌଦ୍ୱାର ଥାନା ଅନ୍ତର୍ଗତ ପାଇକରାପୁର ଗ୍ରାମରେ ।
ସୂଚନା ଅନୁଯାୟୀ, ଏହି ଗ୍ରାମର ଜଣେ ନାବାଳିକାଙ୍କ ବିବାହ ହେଉଥିବା ଖବର ପାଇଁ ଓଡିଶା ଲିଗାଲ ଆସୋସିଏସନ, ଓଡିଶା ଚାଇଲ୍‌ଡ ଲାଇନ ସଦସ୍ୟ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିବାହକୁ ବନ୍ଦ କରିବା ସହ ପୁଅ ଝିଅଙ୍କୁ ପିସିଆର ଭ୍ୟାନରେ ବସାଇଥିଲେ । ଯାହା ପରେ ଏହାକୁ ନେଇ ସମ୍ପୃକକ୍ତ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । କିଛି ଲୋକ ପାଟିତୁଣ୍ଡ କରିବା ସହ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ ଓ ପୁଅ ଝିଅକୁ ନେଇ ଯାଇଥିଲେ । ଏନେଇ ଓଡିଶା ଓ ଚାଇଲ୍‌ଡ ଲାଇନ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗକୁ କେନ୍ଦ୍ର କରି ଏକ ମାମଲା ରୁଜୁ ହୋଇଥିବା ଜଣା ପଡ଼ିଛି ।

https://www.onakhabar.com/2019/05/3-lootera-arrested-in-salepur/

Leave A Reply

Your email address will not be published.