OnaKhabar

ମୁମ୍ବାଇ ହାୱଡା ଏକ୍ସପ୍ରେସରେ ନିଆଁ ଅଳ୍ପକେ ବର୍ତ୍ତୀଲେ ଯାତ୍ରୀ

0 13

ରାଉରକେଲା : ମୁମ୍ବାଇ ହାୱଡା ଏକ୍ସପ୍ରେସର ଯାତ୍ରୀ ମାନେ ଝାରଖଣ୍ଡରେ ଲୋଟପାହାଡ଼-ଚକ୍ରଧରପୁର ମଧ୍ୟରେ s-11 ବଗି ତଳୁ ଧୁଆ ବାହାରୁଥିବା ଦେଖି ଭୟରେ ଟ୍ରେନର ଚେନ ଟାଣି ଲୋଟପାହାଡ଼ ପାଖରେ ଅଟକାଇ ଥିଲେ। ଭୟଭୀତ ଲୋକମାନେ ଟ୍ରେନ ଅଟକିବା ପୂର୍ବରୁ ମଧ୍ୟ ଟ୍ରେନରୁ ଡେଇଁ ପଡିଥିଲେ । ପରେ ଜଣାପଡିଥିଲା ଯେ ହାଟ ଏକସେଲ ଯୋଗୁ ଧୁଆ ବାହାରି ଥିଲା । ସେଠାରେ ଟ୍ରେନ ୪୫ ମିନିଟ ଅଟକି ରହିଥିଲା । ପରେ ଏହାକୁ ଠିକ କରି ଟ୍ରେନ ଚକ୍ରଧରପୁର ଆଡକୁ ଯାଇଥିଲା ।
ଏହି ଟ୍ରେନ ବିଳମ୍ବରେ ରାଉରକେଲା ପଟୁ ଯାଉଥିବା ଯୋଗୁ ପାଖପାଖି ସାଢେ ୧୦ଟା ବେଳେ ଏହି ଘଟଣା ଘଟିଥିଲା । ଆତଙ୍କିତ ଯାତ୍ରୀମାନେ ଯେଉଁଭଳି ଭାବେ ଟ୍ରେନରୁ ଓହ୍ଲାଇଥିଲେ ତାହା ଦ୍ୱାରା ବଡ଼ ଅଘଟଣ ହୋଇଥାନ୍ତା କିନ୍ତୁ କିଛି ବିଶେଷ ହୋଇ ନ ଥିଲା ।

https://www.onakhabar.com/2019/05/bike-accident-2-dead-3-injuired/

Leave A Reply

Your email address will not be published.