OnaKhabar

ବିଜେଡିର କେନ୍ଦ୍ରା ଦୁର୍ଗ ସୁରକ୍ଷିତ: କଂଗ୍ରେସ ବିରୋଧୀ ମାନସିକତାରେ ହୋଇନି ପରିବର୍ତନ

0 22

କେନ୍ଦ୍ରାପଡ଼ା(ପ୍ରଦୀପ ଜେନା):କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ଭୋଟରମାନେ ନିଜର ସରକାରୀ ବିରୋଧୀ ମନବୃତି ପରିହାର କରି ସରକାରୀ ସପକ୍ଷବାଦୀ ମତରଖୁଥିବା ସହ ଭୋଟରଙ୍କ କଂଗ୍ରେସ ବିରୋଧୀ ମାନସୀକତାରେ ପରିବର୍ତନ ଘଟିନଥିବା ସଦ୍ୟସମାପ୍ତ ସାଧାରଣ ନିର୍ବାଚନର ଫଳାଫଳରୁ ସ୍ପଷ୍ଟ ହୋଇଛି । ଏହାସହ ବିଜେଡି ତାହାର କେନ୍ଦ୍ରାପଡ଼ା ଦୁର୍ଗକୁ ସୁରକ୍ଷିତ ରଖିବାରେ ସକ୍ଷମ ହୋଇପାରିଛି । ଦେଶ ସ୍ୱାଧୀନ ହେବା ପରେ ୧୯୫୨ ମସିହାରେ ପ୍ରଥମ ଥର ପାଇଁ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ନିତ୍ୟାନନ୍ଦ କାନୁନଗୋ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ ୧୭ଟି ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲେ ବି କୌଣସି ଗୋଟିଏ ବି ନିର୍ବାଚେନରେ କେନ୍ଦ୍ରାପଡ଼ାରୁ କଂଗ୍ରେସ ଦଳର ପ୍ରାର୍ଥୀ ନିର୍ବାଚିତ ହୋଇ ଲୋକସଭାକୁ ଯାଇପାରି ନାହାଁନ୍ତି । ଗତ ୧୯୫୭ ମସିହାରେ ଦେଶରେ ଅନୁଷ୍ଠିତ ଦ୍ୱାତୀୟ ସାଧାରଣ ନିର୍ବାଚନ ସମେତ ୧୯୬୨ ଓ ୧୯୬୭ ମସିହାରେ ଅନୁଷ୍ଠିତ ତୃତୀୟ ଓ ଚତୁର୍ଥ ସାଧାରଣ ନିର୍ବାଚନରେ ପ୍ରଜା ସୋସାଲିଷ୍ଟ ପର୍ଟେିର ପ୍ରାର୍ଥୀ ସୁରେନ୍ଦ୍ରନାଥ ଦ୍ୱିବେଦୀ ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୭୧ ମସିହାରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ଉକ୍ରଳ କଂଗ୍ରେସ ଦଳର ପ୍ରାର୍ଥୀ ସୁରେନ୍ଦ୍ର ମହାନ୍ତି ଲୋକସଭାକୁ କେନ୍ଦ୍ରାପଡ଼ାରୁ ନିର୍ବାଚିତ ହୋଇଥିଲେ । ସେହିପରି ୧୯୭୭, ୧୯୮୦ ଓ ୧୯୮୪ ମସିହାରେ ହୋଇଥିôବା ସାଧାରଣ ନିର୍ବାଚନରେ ବିଜୁ ପଟ୍ଟନାୟକ ଜନତା ପାର୍ଟି ଓ ଜନତା ପାର୍ଟିି(ସିକୁଲାର)ରୁ କେନ୍ଦ୍ରାପଡ଼ାରେ ପ୍ରତିଦ୍ୱନ୍ଦିତା କରି ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ସୂଚନାଯେରାଗ୍ୟ ଯେ, ୧୯୭୭ ମସିହରେ କେନ୍ଦ୍ରାପଡ଼ାରୁ ବିଜୁପଟ୍ଟନାୟକ ଏମ.ପି. ଭାବେ ନିର୍ବାଚିତ ହୋଇ କେନ୍ଦ୍ରରେ ମୋରାଜୀ ଦେଶାଇଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରୀ ମଣ୍ଡଳରେ ଇସ୍ପାତ ଓ ଖଣି ବିଭାଗର କ୍ୟବିନେଟ ମନ୍ତ୍ରୀ ହୋଇଥିଲେ ଓ ପରେ ଚୌଧୁରୀ ଚରଣ ସିଂହଙ୍କ ମନ୍ତ୍ରୀ ମଣ୍ଡଳରେ ମଧ୍ୟ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ହୋଇଥିଲେ । ସେହିପରି ୧୯୮୫ରେ କେନ୍ଦ୍ରପଡ଼ାରେ ଅନୁଷ୍ଠିତ ହୋଇଥିôବା ଉପନିର୍ବାଚନରେ ଶରତ ଦେବ ଜନତା ପାର୍ଟିି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି କଂଗ୍ରେସ ପ୍ରାର୍ଥୀ ବସନ୍ତ ବିଶ୍ୱାଳଙ୍କୁ ପରାଜିତ କରିଥିଲେ । ଏହାପରେ ୧୯୮୯ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ରବି ରାୟ ଜନତା ଦଳ ଟିକେଟରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା କରି ଲୋକସଭାକୁ ନିର୍ବାଚିତ ହୋଇ ଲୋକସଭାର ବାଚସ୍ପତି ହୋଇଥିଲେ ଓ ୧୯୯୧ ମସିହାରେ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନରେ ମଧ୍ୟ ରବି ରାୟ ଜନତା ଦଳ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ଏମପି ଭାବେ ନିବର୍ପାଚିତ ହୋଇଥିଲେ । ଏହାପରେ ୧୯୯୬ ମସିହାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କେନ୍ଦ୍ରାପଡ଼ାରୁ ଜନତା ଦଳ ପ୍ରର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ଲୋକସଭାକୁ ନିର୍ବାଚିତ ହୋଇ ପ୍ରଧାନମନ୍ତ୍ରୀ ଦେବଗୌଡ଼ାଙ୍କ ମନ୍ତ୍ରୀମଣ୍ଡଳରେ ସଂସଦୀୟ ପ୍ୟାପାର ଓ ପର୍ଯ୍ୟଟନ ମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ । ପରବର୍ତୀ ସମୟରେ ୧୯୯୮ ଓ ୧୯୯୯ ମସିହରେ ପ୍ରଭାତ ସାମନ୍ତରାୟ ବିଜେଡି ଦଳର ପ୍ରାର୍ଥୀ ଭାବେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା କରି ୨ ଥର ଏମପି ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ୨୦୦୪ରେ ଅର୍ଚନା ନାୟକ ବିଜେଡି ଦଳ ଟିକେଟରେ କେନ୍ଦ୍ରାପଡ଼ାରେ ପ୍ରତିଦ୍ୱନ୍ଦିତା କରି କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କୁ ପରାଜିତ କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୯ ଓ ୨୦୧୪ ମସିହାେରେ ବୈଜୟନ୍ତ ପଣ୍ଡା ବିଜେଡି ଦଳର ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ଲୋକସଭାକୁ ୨ ଥର ନିର୍ବାଚିତ ହୋଇଥିଲେ ହେଁ ଗତ ସାଧାରଣ ନିର୍ବାଚନରେ ବୈଜୟନ୍ତ ବିଜେଡି ଛାଡ଼ି ବିଜେପି ଟିକେଟରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା କରିଥିଲେ । ହେଲେ ଏହି ନିର୍ବାଚନରେ ବୈଜୟନ୍ତଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି ଓ ସେ ତାଙ୍କ ପ୍ରତିଦ୍ୱନ୍ଦି ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ଠାରୁ ୧ ଲକ୍ଷ ୫୨ ହଜାର ଭୋଟରେ ପରାଜିତ ହୋଇଛନ୍ତି । କିନ୍ତୁ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନୟକ ମାତ୍ର ୧ ଲକ୍ଷ ୧୩ ହଜାର ୮୪୧ଖଣ୍ଡ ଭୋଟ ପାଇବାରେ ସକ୍ଷମ ହୋଇଛନ୍ତି । ୧୯୫୭ ମସିହା ପରଠାରୁ ସମଗ୍ର ଦେଶରେ ଯେତେବେଳେ ଅଧିକାଂଶ ନିର୍ବାଚନ ସମୟରେ କଂଗ୍ରେସ ସପକ୍ଷରେ ହାୱା ବହିଛି ସେତେବେଳେ କେନ୍ଦ୍ରାପଡ଼ାରୁ କଂଗ୍ରେସ ବିରୋଧୀ ନେତାମାନେ ନିର୍ବାଚିତ ହୋଇ ଚର୍ଚ୍ଚିତ ହୋଇଥିଲେ । ଏପରି କି ୧୯୮୦, ୧୯୮୪ ମସିହା ସାଧାରଣ ନିର୍ବାଚନ ସମୟରେ ସମଗ୍ର ଦେଶ ତଥା ରାଜ୍ୟରେ କଂଗ୍ରେସ ଦଳ ସପକ୍ଷରେ ସାଧାରଣ ଲୋକେ ମତ ଦେଇଥିବା ବେଳେ କେନ୍ଦ୍ରାପଡ଼ାରୁ ଅଣକଂଗ୍ରେସ ପାର୍ଥୀ ବିଜୟ ଲାଭ କରିଥିଲେ । କିନ୍ତୁ ଗତ ୨୦ ବର୍ଷ ହେଲା କେନ୍ଦ୍ରାପଡ଼ାବାସୀ ରାଜ୍ୟରେ କ୍ଷମତା ଦଖଲ କରୁଥିôବା ବିଜେଡି ଦଳ ସପକ୍ଷରେ ଭୋଟ ଦେଉଥିବା ବେଳେ କଂଗ୍ରେସ ଦଳକୁ ପ୍ରତ୍ୟାକ୍ଷାନ କରିଆସୁଥିବା ଦେଖାଯାଉଛି ।

https://www.onakhabar.com/2019/05/congress-review-meeting-on-30-may-2019/

Leave A Reply

Your email address will not be published.