OnaKhabar

କଳା ଓଠକୁ ନେଇ ଚିନ୍ତିତ କି, ଆପଣାନ୍ତୁ ଏହି ଘରୋଇ ଉପାୟ…..

0 28

ଭୁବନେଶ୍ୱର: ଉଭୟ ମହିଳା ଓ ପୁରୁଷମାନେ ମୁହଁର ସୌନ୍ଦର୍ଯ୍ୟ ଲାଗି ଅନେକ ପ୍ରକାରର ରସାୟନିକ ଓ ଭୌତିକ ପଦର୍ଥ ବ୍ୟବହାର କରିଥାନ୍ତି | ପରିମାଣସ୍ୟରୂପ ସେମାନଙ୍କ ମୁହଁରେ ଅନେକ ଦାଗ ହେବା ସହ ଓଠର ରଙ୍ଗରେ ମଧ୍ୟ ପରିବର୍ତ୍ତନ ହୋଇଥାଏ | ତେବେ ପରେ ମୁହଁରେ ତ କୌଣସି ମାଧ୍ୟମରେ ଉଜ୍ବଳତା ଦେଖିବାକୁ ମିଳିଥାଏ ମାତ୍ର ଓଠର ରଙ୍ଗରେ କିନ୍ତୁ କିଛି ପରିବର୍ତ୍ତନ ହୋଇନଥାଏ | ଓଠ ଏକଦମ କଲା ପଡିଯାଇଥିାଏ | ତେବେ କଳା ଓଠକୁ ନେଇ ଆପଣ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ | ଆପଣାନ୍ତୁ କିଛି ଘରୋଇ ଉପାୟ ଏବଂ କଳା ରଙ୍ଗରୁ ମୁକ୍ତି ପାଆନ୍ତୁ..
1.ନଡିଆ ତେଲ : ରାତିରେ ଶୋଇବା ପୂର୍ବରୁ ବୁନ୍ଦେ ନଡିଆ ତେଳ ଆଣି ଓଠରେ ଲଗାନ୍ତୁ । କିଛି ଦିନ ଏମିତି କରିବା ଦ୍ୱାରା ଦେଖିବେ ଆପଣଙ୍କ ଓଠର ରଙ୍ଗ ଗୋଲାପି ହୋଇଯିବ ।
2. ଲେମ୍ବୁ ରସ : ସକାଳୁ ଉଠିଲେ ବଶ୍ର କରିବା ପୂର୍ବରୁ ଓଠରେ କିଛି ବୁନ୍ଦା ଲେମ୍ବୁ ରସ ଲଗାନ୍ତୁ । ପ୍ରତି ଦିନ ଲେମ୍ବୁ ରସ ଲଗାଇବା ଦ୍ୱାରା ପିଗ୍‌ମେଟେସନ୍‌ ପାଇଁ କଳା ପଡିଯାଇଥିବା ଓଠ ଗୋଲାପି ହେବା ଆରମ୍ଭ କରିବ ।
3. ବିଟ୍‌ ରସ : ଓଠର ରଙ୍ଗ ଗୋଲାପି କରିବାରେ ବିଟ୍‌ ରସ ମଧ୍ୟ ବେଶ୍‌ ଉପକାରୀ । ପ୍ରତିଦିନ ବିଟ୍‌ ରସ ଲଗାଇବା ଦ୍ୱାରା ଓଠର ଚମକ ଫେରିଆସେ ।
4. କୁଡି ରସ : ନଡିଆ ତେଲ, ଲେମ୍ବୁ ରସ ସହ କାକୁଡି ରସକୁ ମିଶାଇ ଓଠରେ ଲଗାନ୍ତୁ । ଦେଖିବେ ଓଠର ରଙ୍ଗ ଗୋଲାପି ହୋଇଯିବ ।
5. ହଳଦି ଗୁଣ୍ଡ : ହଲଦି ଗୁଣ୍ଡ କେବେ ଓଠରେ ଲଗାଇବା କଥା ଆପଣ ଭାବିଛନ୍ତି । ଏହା ଓଠର କଳାଅଂଶକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ ।

https://www.onakhabar.com/2019/05/beauty-tips-for-glory-in-your-face/

Leave A Reply

Your email address will not be published.