OnaKhabar

ତ୍ରିପୁରାରେ ବନ୍ୟା: ହଜାର ହଜାର ପରିବାର ବାସହୀନ

51

ତ୍ରିପୁରା: ପ୍ରବଳରୁ ଅତି ପ୍ରବଳ ବର୍ଷାରେ ତ୍ରିପୁରାର ଉନକୋଟି, ଉତ୍ତର ତ୍ରିପୁରା ଏବଂ ଧଳାଇ ଜିଲ୍ଲାରେ ଶତାଧିକ ଘର ବନ୍ୟାରେ ଭାଙ୍ଗିଯାଇଛି । ହଜାର ହଜାର ପରିବାର ବାସହୀନ ହୋଇଯାଇଛନ୍ତି । ବନ୍ୟା ପ୍ରଭାବିତ ପରିବାରକୁ ସୁରକ୍ଷିତ ସ୍ଥାନକୁ ନେବାରେ ଏନଡିଆରଏଫ ଟିମ ଲାଗିପଡ଼ିଛି । ଏନଡିଆରଏଫ ଟିମ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଂଚାଇବା ପାଇଁ ଜୋରଦାର କାମ କରୁଛି ।
ପ୍ରବଳ ବର୍ଷା ପରେ ଜୁରୀ ଏବଂ କାକଟି ନଦୀର ଜଳସ୍ତର ବୃଦ୍ଧି ପାଇଁ ବନ୍ୟା ସୃଷ୍ଟି ହୋଇଛି । ବର୍ତ୍ତମାନ ବନ୍ୟା ଯୋଗୁଁ ଲୋକଙ୍କର ଅବସ୍ଥା ନାହି ନଥିବା ଅସୁବିଧା ଦେଖାଯାଇଛି । ଉଦ୍ଧାର କାର୍ଯ୍ୟରେ ୯ଟି ଦ୍ରୁତଗାମୀ ଡଙ୍ଗା, ୪୦ ଉଦ୍ଧାରକାରୀ ଡଙ୍ଗା କାମ କରୁଛି । ତ୍ରିପୁରା ଷ୍ଟେଟ ରାଇଫଲ, ଦମକଳ ବିଭାଗ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ବନ୍ୟା ପରବର୍ତ୍ତୀ ମୁକାବିଲା ପାଇଁ ଲାଗି ପଡ଼ିଛନ୍ତି । ବନ୍ୟାଯୋଗୁଁ ୧୦୩୯ ଘର କ୍ଷତି ପହଂଚିଛି ।