OnaKhabar

ନୟାଗଡରେ ଗ୍ୟାସ ଟାଙ୍କି ଫାଟି ଚାରି ଗୁରୁତର

38

ନୟାଗଡ଼: ରାଜ୍ୟରେ ଆଜି ଏକ ଦୁଃଖଦ ଘଟଣା ଘଟିଥିବାର ସୂଚନା ମିଳିଛି | ଗ୍ୟାସ ଫାଟି ଚାରିଜଣ ଗୁରୁତର ଆହତ ହୋଇଛନ୍ତି | ଏପରି ଅଭାବନୀୟ ଘଟଣା ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବହାଡ଼ାଝୋଲା ଗାଁରେ ଘଟିଥିବାର ସୂଚନା ମିଳିଛି | ଆହତମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଆହତମାନେ ହେଉଛନ୍ତି ବିଜୟ ଘଟୁଆ, ଜିତେନ୍ଦ୍ର ଘଟୁଆ, ବୁଲୁ ଘଟୁଆ ଓ ଜଗନ୍ନାଥ ସେନାପତି ।
ସୂଚନାନୁଯାୟୀ, ବିଜୟ ଘଟୁଆଙ୍କ ଘରେ ଗ୍ୟାସ୍‌ ଟାଙ୍କି ଲିକ୍‌ ହୋଇଥିଲା । ତେଣୁ ଜଗନ୍ନାଥ ସେନାପତି ଟାଙ୍କି ସଜାଡ଼ିବାକୁ ଆସିଥିଲେ । ଟାଙ୍କି ସଜାଡ଼ିବା ପରେ ଜଗନ୍ନାଥ ଦିଆସିଲି ଲଗାଇ ଚେକ୍‌ କରୁଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ଟାଙ୍କି ଫାଟି ଭୀଷଣ ଶଦ୍ଦ ହେବା ସହ ନିଆଁ ବ୍ୟାପି ଯାଇଥିଲା । ସେତେବେଳେ ସେଠାରେ ଉପସ୍ଥିତ ବିଜୟ, ତାଙ୍କର ଦୁଇ ପୁଅ ଜିତେନ୍ଦ୍ର ଓ ବୁଲୁ ସହିତ ଗ୍ୟାସ୍ ମିସ୍ତ୍ରୀ ଜଗନ୍ନାଥ ପୋଡ଼ି ଯାଇଥିଲେ । ସେମାନଙ୍କ ଶରୀରର ୯୦ ଭାଗ ପୋଡ଼ି ଯାଇଥିବା ଜଣାପଡ଼ିଛି । ସେମାନଙ୍କୁ ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା ।

https://www.onakhabar.com/2019/05/surat-fire-tragedy-death-toll-touches-22/