OnaKhabar

ଦୁଇଗୋଷ୍ଠୀ ମୁହାଁମୁହିଁ, ପାଞ୍ଚ ଗୁରୁତର

0 23

ପୁରୀ: ପୁଣି ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇ ପାଞ୍ଚଜଣ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି | ଏପରି ଅଭାବନୀୟ ଘଟଣା ପୁରୀ ଭାଟପଡ଼ାରେ ହୋଇଥିବାର ସୂଚନା ମିଳିଛି | ତେବେ ଏହା ନିର୍ବାଚନୀ ପରବର୍ତ୍ତୀ ହିଂସା ବୋଲି ଜଣାପଡିଛି । ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇ ବୋମାମାଡ଼ ଓ ଭଙ୍ଗାରୁଜ୍ଜା ମଧ୍ୟ କରିଥିବାର ସୂଚନା ମିଳିଛି |
ସୂଚନାନୁଯାୟୀ, ପୁରୀ ଜିଲ୍ଲା ବ୍ରହ୍ମଗିରି ଭାଟପଡ଼ାରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । ଉଭୟପକ୍ଷର ଲୋକଙ୍କ ମଧ୍ୟରେ ହାତାହାତି ସହ ବୋମାମାଡ଼ ଓ ଭଙ୍ଗାରୁଜ୍ଜା ହୋଇଛି । ବୋମାମାଡ଼ରେ ଉଭୟପକ୍ଷର ୫ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପୁରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୁରୀ ସଦର ଥାନା ପୋଲିସ ପହିଂଚି ତଦନ୍ତ ଆରମ୍ଭ କରିଛି ।

https://www.onakhabar.com/2019/05/bolero-accident/

 

Leave A Reply

Your email address will not be published.