OnaKhabar

ବସ ଦୁର୍ଘଟଣା ଘଟି ୧୮ ଯାତ୍ରୀ ଆହତ

0 25

ସୁବର୍ଣ୍ଣପୁର: ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବାର ସୂଚନା ମିଳୁଛି | ତେବେ ଆଜି ସକାଳେ ନୟାଗଡରେ ଦୁର୍ଘଟଣା ଘଟିଥିବା ବେଳେ ପୁଣି ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ୱର ଜାତୀୟ ରାଜପଥର ମନମୁଣ୍ଡା ବାସୁଦେବପାଲିଠାରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ସୂଚନା ମିଳିଛି | ଏହି ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଥିବାର ଜଣାପଡିଛି | ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଅଛନ୍ତି ।
ସୂଚନାନୁଯାୟୀ, ଆଜି ଭୋରରେ ‘ସୁଜନ’ ନାମକ ଏକ ଘରୋଇ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଥିଲା । ସମସ୍ତ ଆହତଙ୍କୁ ସୁବର୍ଣ୍ଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ଯାତ୍ରୀମାନେ ସୁବର୍ଣ୍ଣପୁର, ବୌଦ୍ଧ, ଭୁବନେଶ୍ୱର ଓ ବଲାଙ୍ଗିର ଅଞ୍ଚଳର ବୋଲି ଜଣାପଡ଼ିଛି । ବସ୍‌ଟି ଭୁବନେଶ୍ୱରରୁ ବଲାଙ୍ଗିର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଜଣେ ଆହତ ଯାତ୍ରୀ କହିଛନ୍ତି,“ଭୋର ୪ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଡ୍ରାଇଭର ଶୋଇପଡ଼ିଥିବା କାରଣରୁ ଏହି ଦୁର୍ଘଟଣା ଘଟିଥାଏ ପାରେ ବୋଲି ଆମେ ଅନୁମାନ କରୁଛୁ ।

https://www.onakhabar.com/2019/05/bolero-accident/

 

Leave A Reply

Your email address will not be published.