OnaKhabar

ଗଛରେ ପିଟି ହେଲା ବୋଲେରୋ, ଅଳ୍ପକେ ବର୍ତିଲେ ଯାତ୍ରୀ

47

ଟିଟିଲାଗଡ଼: ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣାର ସଂଖ୍ୟା ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି | ଏହି କ୍ରମରେ ଆଜି ପୁଣି ଏକ ବୋଲେରୋ ଦୁର୍ଘଟଣାଗସ୍ତ ହୋଇଥିବାର ସୂଚନା ମିଳିଛି | ଏପରି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ କରେଲଧୂଆ ନିକଟରେ ହୋଇଥିବାର ସୂଚନା ମି‌ିଳିଛି | ସୂଚନାୁସାରେ ଭାରସାମ୍ୟ ହରାଇ ଏକ ବୋଲେରୋ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଯାଇଥିଲା । ଏହା ପରେ ସେଥିରେ ନିଆଁ ଲାଗି ଯାଇଥିଲା । ତେବେ ଗାଡ଼ିରେ ବସିଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ | ଖବର ପାଇ ସଇଁତଳାରୁ ଦମକଳ ବାହିନୀ ଆସି ଘଟଣାସ୍ଥଳରେ ପହଞ୍ଚି ଥିଲା ଓ ନିଆଁକୁ ଆୟତ୍ତ କରିଥିଲା ।

https://www.onakhabar.com/2019/05/road-accident-2-dead-one-injuired/