OnaKhabar

ବିଧାୟକ ଦଳ ବୈଠକରେ ନବୀନ ନେତା ନିର୍ବାଚିତ, ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଭେଟି ଜଣାଇଲେ ଦାବି

0 17

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ନବ ନିର୍ବାଚନତ ବିଧାୟକ ଦଳର ନେତାଭାବେ ନିର୍ବାଚିତ ହୋଇଛନ୍ତି । ଆଜି ବିଧାୟକ ଦଳର ବୈଠକ ବସିଥିଲା । ଏହି ବୈଠକରେ ୧୧୨ ଜଣ ନିର୍ବାଚିତ ବିଧାୟକ ଯୋଗ ଦେଇଥିଲେ । ସମସ୍ତେ ବିଜେଡିର ସଫଳତା ନେଇ ନବୀନଙ୍କୁ ଶ୍ରେୟ ଦେଇଥିଲେ । ନବୀନଙ୍କୁ ସ୍ୱାଗତ ଜଣାଇଥିଲେ । ଓଡିଶାବାସୀ ପୁଣିଥରେ ବିଜେଡିକୁ ପୂର୍ଣ୍ଣ ବହୁମତ ଦେଇଥିବାରୁ ନବୀନ ଓଡିଶାବାସୀଙ୍କୁ କୃତଜ୍ଞତା ଜଣାଇଥିଲେ । ନବୀନ ସର୍ବସମତ କ୍ରମେ ବିଧାୟକ ଦଳର ନେତା ନିର୍ବାଚିତ ହେବା ପରେ ସରକାର ଗଠନ ପାଇଁ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଛନ୍ତି । ରାଜ୍ୟପାଳ ଗଣେଷୀଲାଲ ଶର୍ମାଙ୍କୁ ଯାଇ ଦାବୀ ଜଣାଇଥିଲେ । ତାଙ୍କତ ସପକ୍ଷରେ ଦଳର ସବୁ ବିଧାୟକଙ୍କ ସର୍ମଥନ ରହିଥିବା ନେଇ ଅବଗତ କରାଇଥିଲେ । ୧୧୨ ଜଣଙ୍କର ଦସ୍ତଖତ ସର୍ମଥନ ପତ୍ର ରାଜ୍ୟପାଳଙ୍କୁ ପ୍ରମାଣସ୍ୱରୁପ ଦେଇଥିଲେ । ରାଜ୍ୟପାଳ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାର ପ୍ରମାଣ ପାଇ ସରକାର ଗଠନ ପାଇଁ ନବୀନଙ୍କୁ ଆମନ୍ତ୍ରଣ କରିଛନ୍ତି । ନବୀନ ଆସନ୍ତା ୨୯ ତାରିଖରେ ପୂର୍ବାହ୍ନରେ ଶପଥ ଗ୍ରହଣ କରିବେ ବୋଲି ଜଣାଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବ ଭୁବନେଶ୍ୱରର ୟୁନିଟ ୩ ସ୍ଥିତ ପର୍ଦଶନ ପଡିଆରେ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି ।

https://www.onakhabar.com/2019/05/naveen-prepared-for-owth/

Leave A Reply

Your email address will not be published.