OnaKhabar

ବିଜୟଙ୍କ ଦମ୍ଭୋକ୍ତି ଏଥର ନିଶ୍ଚୟ ଜିତିବେ

0 19

ଭୁବନେଶ୍ୱର: ପାଟକୁରାରେ ବିଧାନସଭାରେ ଏଯାଏଁ ନିର୍ବାଚନ ହୋଇନାହିଁ । ପ୍ରଥମେ ବିଜେଡି ପ୍ରାର୍ଥୀ ତଥା ସ୍ଥାନୀୟ ବିଧାୟକ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ବିୟୋଗ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଥିଲା । ଏହାପରେ ନିର୍ବାଚନ ତାରିଖ ମେ ୧୯ରେ ଘୋଷଣା ହେବା ପରେ ହଠାତ ବାତ୍ୟା “ଫନି” ଆସିଲା । ଏହି ବାତ୍ୟା ଯୋଗୁ ନିର୍ବାଚନ ଦୁଇମାସ ଘୁଞ୍ଚାଇ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା କେବେ ନିର୍ବାଚନ ହେବ ତାହା ଘୋଷଣା ହୋଇନାହିଁ । କିନ୍ତୁ ଏହି ବିଧାନସଭା ଆସନକୁ ଆକ୍ତିଆର କରିବା ପାଇଁ ବିଜେଡି ଏବେ ଠାରୁ ଉଦ୍ୟମ ଆରମ୍ଭ କରିଦେଇଛି । ବାତ୍ୟାର ସୁଯୋଗ ନେଇ ଲୋକଙ୍କ ପାଖରେ ପହଁଞ୍ଚିବା ଲାଗି ଦଳ ଓ ପ୍ରଶାସନିକ କଳ ପୂରା ଦମରେ ଲାଗିଛି । ବିଜେଡି ନେତାମାନେ ପୂରା ନିର୍ବାଚନ ମଣ୍ଡଳୀକୁ ଭାଗ ଭାଗ କରି ଜଣ ଜଣ କରି ଦାୟିତ୍ୱ ନେଇ କାର୍ଯ୍ୟରେ ଲାଗିଛନ୍ତି । ବିଜେଡି ପୁନଃତ୍ସ ପାଟକୁରା ଆସନ ପାଇବ ବୋଲି ଆଶା ବାନ୍ଧି ବସିଛି । ଏ କ୍ଷେତ୍ରରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଜିତିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି । ପାଟକୁରାବାସୀଙ୍କ ଉପରେ ତାଙ୍କର ପୂର୍ଣ୍ଣ ଭରସା ରହିଛି । ସେମାନେ କୌଣସି ପ୍ରକାରର ପ୍ରଲୋଭନରେ ବଶବତି ହେବେ ନାହିଁ । ତାଙ୍କୁ ଭୋଟ ଦେବା ପାଇଁ ପାଟକୁରାବାସୀ ମନ ସ୍ଥିର କରିସାରିଛନ୍ତି ବୋଲି ବିଜୟ କହିଛନ୍ତି ।
ବିଜୟ କହିଛନ୍ତି ଯେ, ବିଧାନସଭା ନିର୍ବାଚନରେ ବିଜେଡି ବିପୁଳ ବିଜୟ କରିଥିବା ସତ୍ତେ୍ୱ ଏହାର ପ୍ରଭାବ ପାଟକୁରା ନିର୍ବାଚନ ଉପରେ ପଡିବ ନାହିଁ । ପାଟକୁରା ଭୋଟର ବିକ୍ରି ଖରିଦ ରାଜନୀତିରେ ବିଶ୍ୱାସ କରନ୍ତି ନାହିଁ । ପୂର୍ବରୁ ଭୋଟରମାନେ ମନ ଯାହା ସ୍ଥିର କରିଛନ୍ତି ସେଥିରେ ମନ ପରିବର୍ତ୍ତନ କରିବେ ନାହିଁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଯଦିଓ ବର୍ତ୍ତମାନ ପାଟକୁରା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ ସରକାରୀ କଳ ଓ ଅର୍ଥର ଅପବ୍ୟାବହାର କଲେ ବି ଧର୍ମ ଓ ନ୍ୟାୟର ଜୟ ହେବ ।
ପାଟକୁରାବାସୀ ବିକ୍ରି ଖରିଦ ରାଜନୀତିରେ ବିଶ୍ୱାସ କରନ୍ତି ନାହିଁ । ଯେଉଁ ନିଷ୍ପତ୍ତି ସେମାନେ ନେଇଛନ୍ତି ସେଥିରେ ଏବେବି ଅଟଳ ଅଛନ୍ତି । ସେଥିପାଇଁ ମୁଁ ଭାବୁନି କିଛି ଅସୁବିଧା ହେବ ବୋଲି । ଯେତେ ଅପବ୍ୟବହାର, ସରକାରୀ କଳ, ଅର୍ଥ ଯାହା କରିବାର କଥା କରନ୍ତୁ । କିନ୍ତୁ ଧର୍ମର ଜୟ ନିଶ୍ଚିନ୍ତ ହେବ, ଏଥିରେ କୌଣସି ସନ୍ଦେହ ନାହିଁ ।

https://www.onakhabar.com/2019/05/kanhu-blamed-niranjan/

Leave A Reply

Your email address will not be published.