OnaKhabar

କପିଲଙ୍କ ପରେ ଖୁବଶୀଘ୍ର ବାପା ହେବାକୁ ଯାଉଛନ୍ତି ଜୟ ଭାନୁସାଲୀ…

0 32

ମୁମ୍ବାଇ: ବଲିଉଡରେ କିଛିମାସ ପୂର୍ବରୁ ବିବାହ ସିଜିନ ଚାଲିଥିବା ବେଳେ ଏବେ ହିନ୍ଦି ସିରିଯଲର କଳାକାର ମାନେ ଖୁବଶୀଘ୍ର ବାପା ମାଆ ହେବାକୁ ଯାଉଥିବାର ସୂଚନା ମିଳୁଛି | କିଛି ମାସ ପୂର୍ବରୁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ପ୍ରସିଦ୍ଧ କମେଡିଆନ କପିଲ ଶର୍ମା ବାପା ହେବାକୁ ଯାଉଥିବା ବେଳେ ଏବେ ଶୁମିବାକୁ ମିଳୁଛି ଧାରାବାହିକର ଚର୍ଚ୍ଚିତ ଯୋଡ଼ି ଜୟ ଭାନୁଶାଲୀ ଏବଂ ତାଙ୍କ ପତ୍ନୀ ମାହି ବିଜ୍‌ ବାପାମାଆ ହେବାକୁ ଯାଉଛନ୍ତି | ଉଭୟଙ୍କ ବିବାହକୁ ୮ବର୍ଷ ପୁରି ଯାଇଥିବା ବେଳେ ଏବେ ସେମାନେ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର ନେଇ ଆସିଛନ୍ତି । ମାହି ଖୁବ୍‌ ଶୀଘ୍ର ମା’ ହେବାକୁ ଯାଉଥିବା ଜଣାପଡ଼ିଛି । ଇନ୍‌ଷ୍ଟାରେ ଏକ ସ୍ୱତନ୍ତ୍ର ଫଟୋ ପୋଷ୍ଟ କରି ମାହି ଏହାର ସୂଚନା ଦେଇଥିବା ଦେଖାଯାଇଛି । ନିଆଁରା ଫଟୋ ପୋଷ୍ଟ କରି ମାହି ଏହି ସୂଚନା ଦେଇଥିବା ବେଳେ ତାଙ୍କ ପ୍ରଶଂସମାନେ ଏବେ ଶୁଭେଚ୍ଛାର ସୁଅ ଛୁଟାଇଛନ୍ତି ।
ସୂଚନା ମୁତାବକ, ୨୦୧୧ରେ ବିବାହ କରିଥିଲେ ଉଭୟ ଜୟ-ମାହି । ବିବାହ ପରେ ପରେ ଦୁହେଁ ଗୋଟେ ପୁଅ ଏବଂ ଗୋଟେ ଝିଅକୁ ଆପଣାଇ ନେଇଥିଲେ । କିନ୍ତୁ ଏବେ ଦୁହେଁ ନିଜର ସନ୍ତାନ ଜନ୍ମ କରିବାକୁ ଯାଉଥିବାରୁ ଖୁବ୍‌ ଖୁସି ଥିବା ଦେଖାଯାଇଛି ।

https://www.onakhabar.com/2019/05/kapil-sharma/

Leave A Reply

Your email address will not be published.