OnaKhabar

ବୁଲିବାକୁ ଆସିଥିବା ବେଳେ ଘଟିଲା ଅଘଟଣ, ଆନିକଟ ବ୍ରିଜରୁ ଖସି ଇଞ୍ଜିନିୟରିଂ ଛାତ୍ର ମୃତ

0 36

କଟକ: ରାଜ୍ୟରେ ପୁଣି ଏକ ଦୁଃଖଦ ଘଟଣା ଘଟିଥିବାର ସୂଚନା ମିଳିଛି | ପୁଣି ଜଣେ ଇଞ୍ଜିନିୟରିଂ ଛାତ୍ର ନଦୀରେ ବୁଡି ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ଏପରି ଅଭାବନୀୟ ଘଟଣା କଟକ ନରାଜ ଆନିକଟରେ ହୋଇଥିବାର ସୂଚନା ମିଳିଛି |
ସୂଚନା ମୁତାବକ, କଟକ ଜିଲ୍ଲା ନରାଜ ଆନିକଟରେ ବୁଡ଼ି ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି । ପାଂଚଜଣ ସହପାଠୀଙ୍କ ସହ ନିଖୋଜ ଯୁବକ ନରାଜ ଆନିକଟକୁ ବୁଲିବା ପାଇଁ ଆସିଥିଲେ । ସହପାଠୀଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ କୈାଣସି କାରଣରୁ ଜଣେ ଯୁବକଙ୍କ ଗୋଡ଼ ଖସିଯାଇଥିଲା ଏବଂ ଅଘଟଣ ଘଟି ସେ ନିଖୋଜ ଥିବା ଜଣାପଡ଼ିଛି । ନିଖୋଜ ଯୁବକ ଜଣେ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ର ବୋଲି ଜଣାପଡ଼ିଛି । ପାଣିରେ ବୁଡ଼ି ନିଖୋଜ ଥିବା ଯୁବକଙ୍କ ଘର ଝାଡ଼ଖଣ୍ଡ ଅଂଚଳରେ ବୋଲି ସୂଚନା ମିଳିଛି । ଉକ୍ତ ସ୍ଥାନରେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ ନିଖୋଜ ଯୁବକଙ୍କୁ ଖୋଜାଖୋଜି କରୁଧଥିବାର ସୂଚନା ମିଳିଛି ।

https://www.onakhabar.com/2019/05/a-man-drowing-in-river/

Leave A Reply

Your email address will not be published.