OnaKhabar

ପାଣିରେ ବୁଡ଼ି ଛାତ୍ର ମୃତ, କୋଚିଂ ସେଂଟର ମାଲିକ ଗିରଫ

41

ସମ୍ବଲପୁର: ପାଣିରେ ବୁଡ଼ିଯାଇ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି । ମୃତ ଛାତ୍ରଜଣକ ହେଲେ ରଜତ କୁମାର ସାହୁ । ତାଙ୍କ ଘର ସମ୍ବଲପୁର ଜିଲ୍ଲା ବାମରା ଅଚଂଳରେ । ରଜତ ଚିପିଲିମା ନବୋଦୟ ବିଦ୍ୟାଳୟର ଛାତ୍ର ବୋଲି ଜଣାପଡ଼ିଛି ।
ଘଟଣାରୁ ପ୍ରକାଶ, ସମ୍ବଲପୁରର ସିଂହପାଲିରେ ଥିବା ଏକ କୋଚିଂ ସେଟଂରରେ ସମରକୋର୍ସ ପାଇଁ ରଜତଙ୍କୁ ତାଙ୍କ ବାପା ନାମ ଲେଖାଇଥିଲେ । ସେଠାରେ ରହି ସେ ପାଠ ପଢ଼ୁଥିଲେ । କୋଚିଂ ସେଂଟର ପକ୍ଷରୁ ତୁମ ପୁଅ ଅସୁସ୍ଥ ଅଛି ବୋଲି ଏକ ଫୋନ କଲ ରଜତଙ୍କ ବାପାଙ୍କ ପାଖକୁ ଯାଇଥିଲା । ପୁଅକୁ ଦେଖିବା ପାଇଁ ବାପା ମା’ ଆସିଥିଲେ । ସଦର ହସ୍ପିଟାଲରେ ପହଁଚିଂ ଦେଖିବାବେଳେ ତାଙ୍କ ପୁଅର ମୃତ୍ୟୁ ହୋଇ ସାରିଥିଲା । ଏହି ଘଟଣାକୁ ନେଇ କୋଚିଂ ସେଟଂର ମାଲିକ କୌଣସି ସନ୍ତୋଷଜନକ ଉତର ଦେଇ ନଥିବା ମୃତକଙ୍କ ବାପା କହିଛନ୍ତି ।
ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ, ରଜତ ତାଙ୍କର କିଛି ସାଙ୍ଗଙ୍କ ସହ ପାଖରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ବୁଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି । ଅଇଁଠାପାଲି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି କୋଚିଂ ସେଟଂର ମାଲିକ ଅସିତ ପୁରୋହିତଙ୍କୁ ଗିରଫ କରିଛି ।